Thursday, March 28, 2024

Top 5 This Week

Related Posts

୨୯ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନର ସିନିୟର୍ ଚାମ୍ପିଅନସିପ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୯/୧୨) : ୨୯ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନ ର ସିନିୟର୍ ଚାମ୍ପିଅନସିପ ରେ ରାୟଗଡ଼ା ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛି ।

3cc43801 92c8 4083 b6ff 531a6e138c8b ୨୯ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନର ସିନିୟର୍ ଚାମ୍ପିଅନସିପ

୨୯ତମ ରାଜ୍ୟ ସ୍ତରୀୟ ସିନିୟର୍ ବଲ ବ୍ୟାଡ ମିଣ୍ଟନ ଚାମ୍ପିଅନସିପ ଶୁଭାରମ୍ଭ ଯାଜପୁର ଜିଲ୍ଲାର ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କ୍ୟାମ୍ପସ ଖେଳ ପଡ଼ିଆରେ ହୋଇଥିଲା । ଏହା ତିନିଦିନ ଧରି ଚାଲିଥିଲା ।

ଏହି ତ୍ରିଦିବସୀୟ ଖେଳ ପ୍ରତିଯୋଗିତାର ଉଦଜାପନ ଦିବସରେ ନିମନ୍ତ୍ରିତ ଅତିଥି ଭାବେ ଓ.ସି.ଏଲ ଭାରତ ଡାଲମିଆଁ ସିମେଣ୍ଟ ର ବରିଷ୍ଠ ଅଧିକାରୀ ଯୋଗ ଦେଇ ଫ୍ଲାଗ ଉତ୍ତୋଳନ କରି ଥିବାବେଳେ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟ ର ମୋଟ ୨୨ ଗୋଟି ଜିଲ୍ଲାରୁ ୪୦୦ ରୁ ଉର୍ଦ୍ଧ୍ବ ଉଭୟ ମହିଳା ଓ ପୁରୁଷ ଖେଳାଳି ବିଭିନ୍ନ ଜିଲ୍ଲାରୁ ଭାଗ ନେଇ ଥିବା ବେଳେ ପୁରୁଷ ଭିଭାଗ ରୁ ୨୨ ଗୋଟି ଓ ମହିଳାରୁ ୧୮ ଗୋଟି ଦଳ ଭାଗ ନେଇ ଥିଲେ । ଏହି ପ୍ରତିଯୋଗିତା ତିନିଦିନ ଧରି ଖେଳା ଯାଇ ଥିବା ବେଳେ ପୁରୁଷ ଭିଭାଗ ରୁ ଭୁବନେଶ୍ୱର ଖୋର୍ଦ୍ଧା ମଧ୍ୟରେ ଫାଇନାଲ୍ ପହଞ୍ଚି ଥିବା ବେଳେ ଭୁବନେଶ୍ୱର ୩୫-୨୯, ୩୫୨୪ ସେଟ ରେ ବିଜୟୀ ହୋଇ ଥିଲେ ।cf49f2a3 bb1f 47fe ba84 ea83c7344d5d ୨୯ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନର ସିନିୟର୍ ଚାମ୍ପିଅନସିପ

ସେହିପରି ରାୟଗଡ଼ା ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ।ରାୟଗଡ଼ା 35-17 ସେଟ୍ ରେ ବିଜୟୀ ହେଇଥିଲା । ମହିଳା ଭିଭାଗରେ କଟକକୁ ହରାଇ ଜଝାରସୁଗୁଡା ୩୫-୩୨, ୩୫-୩୦ ସେଟରେ ବିଜୟ ହାସଲ କରିଛି । ମହିଳା ବିଭାଗରେ ଶ୍ରେଷ୍ଠ ଖେଳାଳି ଭାବେ ସ୍ବତୀସ୍ନିଗ୍ଧା ସାହୁ ଓ ପୁରୁଷ ବିଭାଗରେ ସଗୋର କୁମାର ଦଳେଇ ଙ୍କୁ ପୁରସ୍କୃତ କରାଯାଇଛି ।

ତେବେ ଏହି ସିନିଅର ବଲ ବ୍ୟାଡ ମିଣ୍ଟନ ଖେଳର ଫାଇନାଲ ଚମ୍ପିୟାନସିପ ୬୬ ତମ ଜାତୀୟ ପ୍ରତିଯୋଗିତା କର୍ଣ୍ଣାଟକର ମାଙ୍ଗାଲୋର ଠାରେ ଆସନ୍ତା ୨୦୨୨ ଫେବୃୟାରୀ ମାସରେ ଖେଳାଯିବାକୁ ସୂଚନା ଦେଇଛନ୍ତି ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସଶନ ର ରାଜ୍ୟ ସମ୍ପାଦକ ସୁକାନ୍ତ ଦାସ ।

ତେବେ ଯାଜପୁର ଜିଲ୍ଲା ବଲବ୍ୟାଡ ମିଣ୍ଟନ ସଂଘ ର ସଭାପତି ଧନେଶ୍ୱର ବେହେରା, ଜିଲ୍ଲା ହ୍ୟାଣ୍ଡ ବଲ ଏସସିଏସନ ର ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି, ସମ୍ପାଦକ ସିରିଆ ମହାନ୍ତି ପ୍ରମୁଖ ଏବଂ ବହୁ ଅଧିକାରୀ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ । ରାୟଗଡ଼ା ଖେଳାଳୀ ବି. ନାଗେଶ୍ଵର ରାଓ, ବି. ତ୍ରିନାଥ ରାଓ, ପଵନ୍ କୁମାର୍ ମାଝୀ, ଜି. ଚନ୍ଦ୍ରଶେଖର, ରାକେଶ କୁମାର ବାରିକ, ସାଗର ଦଳାଇ, ପି. ସତ୍ୟନାରାୟଣ, ଶ୍ରାବଣ କୁମାର୍, ଖେଳାଳୀ ଖେଳ ପ୍ରଦର୍ଶନ କରିଥିଲେ। ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles