ବାଇକ ଚୋର ରାକେଟ ଠାବ ସହିତ ୧୦ଟି ବାଇକ ଉଦ୍ଧାର ସହ ୪ଜଣ ଚୋର ଗିରଫ

0
372

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୩/୦୭): ଗୁଣୁପୁର ଟାଉନ ଥାନା ପୋଲିସ ଏକ ସକ୍ରିୟ ବାଇକ ଚୋର ଗ୍ୟାଙ୍ଗର ଫାର୍ଦାଫାଶ କରିବା ସହିତ ଦଶଗୋଟି ଚୋରି ବାଇକ ଉଦ୍ଧାର କରିଛନ୍ତି। ଚାରିଜଣ ବାଇକ ଚୋରଙ୍କୁ ଗିରଫ କରି ଅଧିକ ଅନୁସନ୍ଧାନ ପାଇଁ ନିଜ ଅକ୍ତିଆରରେ ରଖିଛି ଗୁଣୁପୁର ପୋଲିସ l0808bd05 67af 4de8 9f11 1c9d8c48cd49 ବାଇକ ଚୋର ରାକେଟ ଠାବ ସହିତ ୧୦ଟି ବାଇକ ଉଦ୍ଧାର ସହ ୪ଜଣ ଚୋର ଗିରଫ

ବାଇକ ଚୋର ରାକେଟ ଠାବ: ଗୁଣୁପୁର ଟାଉନଥାନା କେସ ନମ୍ବର ୮୯, ତାରିଖ ୧୭/୦୭/୨୦୨୧ u/s ୩୭୯ ଆଇପିସି ଅଧୀନରେ ଏକ ବାଇକ ଚୋରି ମାମଲା ପଞ୍ଜିକୃତ ହୋଇଥିଲା l ଅଭିଯୋଗ ମୁତାବକ ଗତ ୧୭/୦୭/୨୦୨୧ ତାରିଖ ଦିନ ଗୁଣୁପୁର ଟାଉନ ଅନ୍ତର୍ଗତ ଆଦିବାସୀ ସାହିର ସ୍ବର୍ଗତ କଣ୍ଡେଇ ସାବରଙ୍କ ପୁଅ ସୁଦର୍ଶନ ସାବର (୪୫ ବର୍ଷ)ନିଜ ବାଇକଟି କୁ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ପାର୍କିଙ୍ଗ ରେ ରଖି ନିକଟସ୍ଥ ମାର୍କେଟକୁ ଯାଇଥିଲେ l ଫେରିବା ବେଳେ ଜାଣିବାକୁ ପାଇଲେ ନିଜ ବାଇକ ନିର୍ଦ୍ଧିଷ୍ଟ ସ୍ଥାନରେ ନଥିବା ଯୋଗୁଁ ଗୁଣୁପୁର ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ତାଙ୍କ ଅଭିଯୋଗ କୁ ଆଧାର କରି ଗୁଣୁପୁର ଟାଉନଥାନା ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ l

ଏକ ନିର୍ଭରଯୋଗ୍ୟ ସୂଚନା ମୁତାବକ ପୋଲିସ ଚାରିଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ପୁଙ୍ଖାନୁପୁଙ୍ଖ ଭାବେ ପଚରାଉଚରା କରାଯିବାରୁ ସେମାନେ ଚୋରି ସ୍ୱୀକାର କରିଥିଲେ ଏହାପରେ ପୋଲିସ ଚୋରି ବାଇକ ଗୁଡିକ ଉଦ୍ଧାରକରି ଅଭିଯୋଗକାରୀଙ୍କ ବାଇକ ହସ୍ତାନ୍ତର କରିବା ସହିତ ଅନ୍ୟ ଉଦ୍ଧାର ବାଇକଗୁଡିକୁ ସମ୍ପୃକ୍ତ ମାଲିକମାନଙ୍କୁ ହସ୍ତାନ୍ତର କରିଥିଲେ l

ଅଧିକ ଅନୁସନ୍ଧାନ ପାଇଁ ପୋଲିସ ଚାରିଜଣ ଚୋରଙ୍କୁ ନିଜ ଅକ୍ତିଆର ରେ ରଖିଛି l ଉଦ୍ଧାର ହୋଇଥିବା ବାଇକ ଗୁଡିକ ହେଲା ୨ଟି ଲାଲ ଓ କଳା ରଙ୍ଗର ହିରୋ ଏଚଏଫ ଡିଲକ୍ସ ବାଇକ, ଗୋଟିଏ କଳା ଓ ନୀଳ ରଙ୍ଗର ହିରୋ ଏଚଏଫ ବାଇକ, ଗୋଟିଏ ଲାଲ ରଙ୍ଗର ହିରୋ ଏଚଏଫ ଡିଲକ୍ସ ବାଇକ, ଗୋଟିଏ ହିରୋହୋଣ୍ଡା ସିଡ଼ି ଡିଲକ୍ସ ବାଇକ, ଗୋଟିଏ ହିରୋ ସୁପର ସ୍ପେଣ୍ଡର ବାଇକ, ଗୋଟିଏ ନୀଳରଙ୍ଗର ପେସନପ୍ଲସ ବାଇକ, ଗୋଟିଏ କଳା ଓ ଲାଲ ରଙ୍ଗର ସିବି ଜେଡ ବାଇକ,ଗୋଟିଏ ସିଲଭର ରଙ୍ଗର ହୋଣ୍ଡା ୟୁନିକର୍ନ ବାଇକ, ଏବଂ ଆଉ ଗୋଟିଏ କଳା ରଙ୍ଗର ବାଜାଜ ପଲସର ବାଇକ, ଏହିସବୁ ଦଶଗୋଟି ବାଇକ ଉଦ୍ଧାର କରି ଗୁଣୁପୁର ପୋଲିସ ମାଲିକମାନଙ୍କୁ ହସ୍ତାନ୍ତର କରିଥିଲେ l