ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ୟ ସମାଜ ତରଫରୁ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
136
ଶ୍ରୀ ଶ୍ରୀ ଲକ୍ଷ୍ମୀ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୩/୦୧) : ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ୟ ସମାଜ କେନ୍ଦୁପାଟଣା ତରଫରୁ ପରିବେଶ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ପାରିବାରିକ ବନ୍ଧୁମିଳନ ଉତ୍ସବ ରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି ।

ଯାଜପୁର ଜିଲ୍ଲା ର ସୋଲର ଗ୍ରାମ ସ୍ଥିତ ଉଦାସ ଆଶ୍ରମ ର ପରିସରରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି ବୈଶ୍ୟ ସମାଜ ର ସଭାପତି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସାହୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ହରିହର ସାହୁ ରାଜ୍ୟ ପୁରସ୍କାର, ରାଷ୍ଟ୍ରପତି ପୁରସ୍କାର ସହ ଦୁଇ ଥର ପ୍ରକୃତି ବନ୍ଧୁ ପୁରସ୍କାର, ପ୍ରକୃତି ମିତ୍ର ପୁରସ୍କାର, ଗାରିମା ବ୍ରୋଞ୍ଚ ଓ ରୋପ୍ୟ ପୁରସ୍କାର, ବୈଶ୍ୟ ଶିକ୍ଷକ ଗୈାରବ ସମ୍ମାନ, ଗୋପବନ୍ଧୁ ଜ୍ୟୋତି ସମ୍ମାନ, ମାଇକୋମିଡିଆ ଆଦର୍ଶ ଶିକ୍ଷକ ସମ୍ମାନ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା ଅଭିନନ୍ଦନ ଜଣାଇଛନ୍ତି ।