ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ

0
163

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୩/୧୨) : ଆଜି ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଢେଙ୍କାନାଳ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି ।WhatsApp Image 2021 12 14 at 9.51.18 AM ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ

ସ୍ଥାନୀୟ ସର୍କିଟ ହାଉସଠାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ଵାଗତ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜସ୍ୱ କମିଶନର, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ରାଜସ୍ୱ, ତାଉଜି, ଜମି ଅଧୁଗ୍ରହଣ, ନିଜାରତ, ଆପତକାଳୀନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ, ବେସାମରିକ ଯୋଗାଣ, ସମାଜ ମଙ୍ଗଳ, ଜିଲ୍ଲା ପଞ୍ଚାୟତ, କୁଡିସିଆଲ, ସଂସ୍ଥା ବିଭାଗ ଆଦି ର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରି ଆଲୋଚନା କରିଛନ୍ତି ।

ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜସ୍ୱ କମିଶନର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଷ୍ଠା ର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି ।