ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡାନ୍ତ ତାଲିକା କୁ ନେଇ ବିଜେପି ଅସନ୍ତୋଷ

0
212
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୭/୦୧) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ OBC ସ୍ଥାନ ସଂରକ୍ଷଣ ସମ୍ପର୍କରେ ୭ ଦଫା ଦାବି ନେଇ ହରଭଙ୍ଗା ବ୍ଲକ BJP ପକ୍ଷରୁ ବିଜେପି OBC ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ସୁବାସ ପ୍ରଧାନ ଙ୍କ ନେତୃତ୍ୱ ରେ ଆଜି ହରଭଙ୍ଗା BDO ଶ୍ରୀମତୀ ସ୍ମିତା ରାଣୀ ଦାସ ଙ୍କୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଦିଆ ଯାଇଥିଲା ।WhatsApp Image 2022 01 08 at 9.12.53 AM ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡାନ୍ତ ତାଲିକା କୁ ନେଇ ବିଜେପି ଅସନ୍ତୋଷ

ଏଥିରେ ଲିଗାଲ ସେଲ ଅଧ୍ୟକ୍ଷ ଶ୍ରୀ ରବି ପ୍ରଧାନଙ୍କ ସମେତ ବାମନ ବାରିକ, ସୁବ୍ରତ ପ୍ରଧାନ, କୁନା ମାହାର, ସୁଶାନ୍ତ ଧଳ, ସୁଦାମ ମେଣ୍ଡୁଲି, ପ୍ରଦୀପ ମହାରଣା, ପ୍ରମୁଖ ବହୁ OBC BJP କର୍ମୀମାନେ ଯୋଗ ଦେଇଥିଲେ । ଯଦି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସଂରକ୍ଷଣ ଆଧାର ରେ ପ୍ରତିନିଧିତ୍ଵ କରିବା ପାଇଁ ପଛୁଆ ବର୍ଗ କୁ ସାମ୍ବିଧାନିକ ଅଧିକାର ଦିଆ ନ ଯାଏ ତା ହେଲେ ଆନ୍ଦୋଳନ ଜୋରଦାର ହେବା ସାଙ୍ଗକୁ ରାଜରାସ୍ତା ରୋକ ସହିତ ଭୋଟ ବର୍ଜନ କରିବା ପାଇଁ ଶ୍ରୀଯୁକ୍ତ ପ୍ରଧାନ ଚେତାବନୀ ଦେଇଥିଲେ ।