ପିକଅପ ଗାଡି ଧକ୍କାରେ ଛୋଟ ଶିଶୁପୁତ୍ର ର ମୃତ୍ୟୁ

0
289
ପିକଅପ ଗାଡି ଧକ୍କାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୮/୦୧) : ପିକଅପ ଗାଡି ଧକ୍କାରେ ଛୋଟ ଶିଶୁପୁତ୍ର ର ମୃତ୍ୟୁ । ଘଟଣାଟି ରାୟଗଡ଼ା ସହର ର ଜଗନ୍ନାଥ ମନ୍ଦିର ସାହିରେ ଘଟିଛି ।

ରାସ୍ତା କଡରେ କୌଣସି କାରଣ ବଶତଃ ବଜରଙ୍ଗୀ ବେହେରା ନାମକ ଛୋଟ ଶିଶୁଟି ରାସ୍ତା ଉପରେ ଠିଆ ହୋଇଥିଲା ବେଳେ, ପିତାମହଲ ବାଟ ଦେଇ ଆସୁଥିବା ଏକ ପିକଅପ ଗାଡି OD18J3039 ଧକ୍କା ଦେଇଥିଲା । ଗାଡି ଧକ୍କାରେ ଛୋଟ ଶିଶୁଟିର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଆନ୍ଧ୍ର- ଓଡ଼ିଶା କୁ ସଂଯୋଗ କରୁଥିବା ଏହି ସଡକ ରାୟଗଡ଼ା ଜିଲ୍ଲାର ଜୀବନ ସେତୁ । କିନ୍ତୁ, ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଘଟଣା ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରସାସନ କୁ ଅଭିଯୋଗ କରିଛନ୍ତି କିନ୍ତୁ, ଏହାର ସମାଧାନ ହେଉନି ବୋଲି କହିଛନ୍ତି । କିନ୍ତୁ, ଗାଡି ମୋଟର ଦ୍ରୁତ ଗତିରେ ଯିବା ଆସିବା କରୁଥିବା ଯୋଗୁଁ ପ୍ରାୟ ସମୟରେ ଏହିଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଗାଡି ମୋଟର ଦ୍ରୁତ ଗତିରେ ଯିବା ଆସିବା ସାଙ୍ଗକୁ କିଛି ଉଠା ଦୋକାନୀ ରାସ୍ତା କଡରେ ଦୋକାନ କରି ରାସ୍ତା ଅବରୋଧ କରି ରହୁଛନ୍ତି, ଯାହା ଦ୍ୱାରା ଗାଡି ମୋଟର ଚାଳକ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଉପସ୍ଥିତ କିଛି ଗାଡି ଚାଳକ କହିଛନ୍ତି । ଏ ନେଇ ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।