ବୈପାରୀଗୁଡା ବ୍ଲକରେ ମୋଟ ୧୫୪୮୮ ହିତାଧିକାରୀଙ୍କୁ ମିଳିବ ଘର ମରାମତି ରାଶି

0
144
ବୈପାରୀଗୁଡା ବ୍ଲକରେ

ରିପୋର୍ଟ : ଗୋପୀନାଥ ଗୌଡ଼
ବୈପାରୀଗୁଡା, (୦୮/୦୧) : ଘର ମରାମତି ସହାୟତା ରାଶି ପ୍ରଦାନ ନିମନ୍ତେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଶୁଭ ଆରମ୍ଭ କରିଛନ୍ତି ଓଡିଶା ର ମୁଖମନ୍ତ୍ରୀ l ଏହି ଅବସରରେ ବୈପାରୀଗୁଡା ବ୍ଲକରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ନେତୃତ୍ୱରେ ବୈପାରୀଗୁଡା ପଞ୍ଚାୟତ ସମିତି କାର୍ଯାଳୟ ପରିସରରେ ଭିଡିଓ କନ୍ଫରେସନ କଠୋରୀରେ କିଛି ଆବାସ ହିତାଧିକାରୀ, ଜିପିଓ ରାମ ଦୋରା, ବ୍ଲକ ଗୃହ ନିର୍ମାଣ ବିଭାଗ ର ଅତିରିକ୍ତ ପ୍ରକଳ୍ପ ସହାୟକ ପିତାମ୍ବର କୁମଝରିଆ ପ୍ରମୁଖ ଉପସ୍ଥିତ ଥିଲେ lWhatsApp Image 2022 01 08 at 9.12.28 AM ବୈପାରୀଗୁଡା ବ୍ଲକରେ ମୋଟ ୧୫୪୮୮ ହିତାଧିକାରୀଙ୍କୁ ମିଳିବ ଘର ମରାମତି ରାଶି

ବୈପାରୀଗୁଡା ବ୍ଲକରେ ପକ୍କା ଘର ନିର୍ମାଣ ଶେଷ କରିଥିବା ପ୍ରତ୍ୟେକ ପରିବାର ପାଇଁ ଘର ମରାମତି ବାବଦ କୁ ୩ ହଜାର ସହାୟକ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି l ବୈପାରୀଗୁଡା ବ୍ଲକ ରେ ମୋଟ ୧୫୪୮୮ ହିତାଧିକାରୀ ଙ୍କ ପାଇଁ ୪,୬୪,୬୪,୦୦୦ /- ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡିଛି l