ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ଙ୍କ ମାନବିକତା କୁ ସାଧାରଣରେ ପ୍ରଶଂସା

0
148
ସାଂସଦ ଶ୍ରୀଯୁକ୍ତ ସପ୍ତଗିରି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୦୯/୦୧) : ଗୁଡ଼ାରି ବ୍ଲକ ର ସିରିଗୁଡ଼ା ଗ୍ରାମ ରୁ କର୍ମୀ ସମ୍ମିଳନୀ ସାରି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ରାୟଗଡା ଫେରୁଥିବା ସମୟରେ ଖାଲ ଗୁମୁଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର କୁନି ଛୁଆ ଗୁରୁତର ଆଘାତ ହୋଇଥିଲେ ।

ଖାଲ ଗୁମୁଡା ଗ୍ରାମ ନିକଟ ଘାଟି ରାସ୍ତା ମଝିରେ ଆହତ ମାନେ କାନ୍ଦ ବୋବାଳି କରୁଥିବା ଦେଖି, ସେମାନଙ୍କୁ ତୁରନ୍ତ ନିଜ ଗାଡ଼ିରେ ପଦ୍ମପୁର ଡାକ୍ତରଖାନା କୁ ନେଇ ପାଖରେ ରହି ଚିକିତ୍ସା ଆରମ୍ଭ କରାଇଥିଲେ l ଆହତ ମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ନିମନ୍ତେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା ମହୋଦୟ ଭଗବାନ ଙ୍କ ଠାରେ ଆଶୁ କମନା କରିଥିଲେ l ସାଂସଦ ଙ୍କ ଏହି ମାନବିକତା କୁ ସାଧାରଣ ରେ ପ୍ରଶଂସା ର ସୁଅ ଛୁଟୁଛି ।