ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରଦାନ ନିମନ୍ତେ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

0
228

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୪/୧୨) : ଆଜି ଦିନ ରାୟଗଡ ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ଏକ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା l7f9ebde1 730d 4bdd 96cf a928dda593c9 ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରଦାନ ନିମନ୍ତେ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମକୁ ବିଚାରକ ଲକ୍ଷ୍ମୀନାରାୟଣ ବେହେରା, ଶିବନାରାୟନ ମିଶ୍ର ଓ ପ୍ରଶାନ୍ତ ନାୟକ ପରିଚାଳନା କରିଥିଲେ । ଏହି ପରୀକ୍ଷାରେ ୩୭ ଜଣ କଳାକାରଙ୍କ ମଧ୍ୟରୁ ୨୭ ଜଣ କଳାକାର ଉପସ୍ଥିତ ରହି ନିଜର କଳା ଚତୁର୍ଯ୍ୟ ପରିବେଷଣ କରିଥିଲେ । କଳାକାର ମାନେ ସେମାନଙ୍କ କଳା ପରିବେଷଣ କରିବେ ପରେ ସେମାନଙ୍କ ନାମ ଜିଲ୍ଲା ସ୍ତର ରୁ ରାଜ୍ୟକୁ ପଠାଯାଇ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ କଳାକାର ଭତ୍ତା ନିମନ୍ତେ ସୁପାରିଶ କରାଯିବାକୁ ସ୍ଥିର କରାଗଲା । ସେହିପରି ଆଜ ତା ୧୫/୧୨/୨୧ ରିଖ ଦିନ ଗୁଣପୁର ଉପଖଣ୍ଡର ଗୁଣପୁର, ଗୁଡ଼ାରି, ପଦ୍ମପୁର, ରାମନଗୁଡା ବ୍ଲକ ରୁ ୬୮ ଜଣ କଳାକାର ଯୋଗ ଦେଇ ଥିଲେ ।3de2f326 131c 49f5 9ae3 5ae7e1279051 ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରଦାନ ନିମନ୍ତେ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣି ନିମାକା, ବିଚାରକ ଭାବେ ଶ୍ରୀ କୈଳlଶ ଚନ୍ଦ୍ର ଦାସ, ଶ୍ରୀ ଶିବ ପ୍ରସାଦ ଦାସ, ଶ୍ରୀ ତ୍ରିଲୋଚନ ସାହୁ ଯୋଗ ଦେଇଥିଲେ ।

ଶ୍ରୀ ଅନନ୍ତ ପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ କଳାକାର ମାନଙ୍କ ଭତ୍ତା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପଠାଯିବାକୁ ସ୍ଥିର କରାଯାଇଛି । ଶ୍ରୀ ଡମ୍ବରୁ ଧର ପଣ୍ଡା, ଶ୍ରୀ ଧନଞ୍ଜୟ ବେହେରା, ଗ୍ରନ୍ଥାଗାରିକ, ଶ୍ରୀ କାହ୍ନୁ ପ୍ରଧାନ, ଶ୍ରୀ ରାଜେନ୍ଦ୍ର ଦୋରା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।