ଆସନ୍ତା କାଲିଠୁ ଆରମ୍ଭ ହେବ ଏନଇଇଟି ପିଜି ନାମଲେଖା ପ୍ରକ୍ରିୟା

0
291
ଆସନ୍ତା କାଲିଠୁ ଆରମ୍ଭ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୧/୦୧) : ଆସନ୍ତା କାଲିଠୁ ଆରମ୍ଭ ହେବ ଏନଇଇଟି ପିଜି ନାମଲେଖା ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାର ବୁଧବାର ପାଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୧୨ (ଆସନ୍ତା କାଲିଠୁ ଆରମ୍ଭ) ରୁ ଏନଇଇଟି ପିଜି ପରୀକ୍ଷା ପାଇଁ ନାମଲେଖା ଆରମ୍ଭ ହେବ । ଏହି ପ୍ରକ୍ରିୟା କରୋନା ବିରୋଧରେ ଲଢେଇ କରିବା ପାଇଁ ଆହୁରି ବଳ ଯୋଗାଇବ । ସୁପ୍ରିମକୋର୍ଟ ଙ୍କ ଅନୁମତି କ୍ରମେ ନାମଲେଖାରେ ଓବିସି କୁ ୨୭ ପ୍ରତିଶତ ଏବଂ ଇଡବଲ୍ୟୁଏସ କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ନାମଲେଖାରେ ବିଳମ୍ବ ହେବାରୁ ଡାକ୍ତର ମାନେ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ ।

ଏହି ସମୟରେ ପୁଲିସ ଏବଂ ଡାକ୍ତରଙ୍କ ମଧ୍ୟରେ ବିବାଦ ତେଜିଥିଲା । ପରେ ଡାକ୍ତରଙ୍କ ଦାବିକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟରେ ସଂରକ୍ଷଣକୁ ନେଇ ଥିବା ମାମଲାର ଶୀଘ୍ର ଶୁଣାଣି କରିବାକୁ କେନ୍ଦ୍ର ପକ୍ଷ ରଖିଥିଲା । ଏହାପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାପରେ ନାମଲେଖା ପାଇଁ ବାଟ ଫିଟିଥିଲା ।