ସରକାରୀ ବିଭାଗ ର ଦାଦାଗିରି : ବ୍ୟକ୍ତିଗତ ଜମି ଉପରେ ବଳପୂର୍ବକ ଗୃହ ନିର୍ମାଣ

0
448
ସରକାରୀ ବିଭାଗ ର

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୧/୦୧) : ସରକାରୀ ବିଭାଗ ର ଦାଦାଗିରି ! କୌଣସି ବ୍ୟକ୍ତି ବିଶେଷ କିମ୍ବା ଜମି ମାଫିଆ ନୁହନ୍ତି ଖୋଦ ସରକାର ଜଣେ ପ୍ରଜାଙ୍କ ଜମିରେ ବେଆଇନ ଭାବେ ବଳପୂର୍ବକ ଗୃହ ନିର୍ମାଣ କରିବା ଏକ ବିଭିନ୍ନ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି । ଏହି ବିଚିତ୍ର ଘଟଣା ଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ତହସିଲ ଅନ୍ତର୍ଗତ ମନମୁଣ୍ଡାରେ ବୀରେନ୍ଦ୍ର କୁମାର ମେହେରଙ୍କ ଜମି ଉପରେ ନିର୍ମାଣ କରାଯାଇଛି ।725ec3da 6303 4cc6 8222 45bd25e3eb8c ସରକାରୀ ବିଭାଗ ର ଦାଦାଗିରି : ବ୍ୟକ୍ତିଗତ ଜମି ଉପରେ ବଳପୂର୍ବକ ଗୃହ ନିର୍ମାଣ

ହାଇସ୍କୁଲ ର ଶ୍ରେଣୀଗୃହ ଜମି ମାଲିକଙ୍କ ଆପତ୍ତି ସତ୍ତ୍ଵେ ଏକ ମହଲା ବିଶିଷ୍ଟ ଶ୍ରେଣୀଗୃହ ନିର୍ମାଣ ପରେ ତା’ ଉପରେ ନିର୍ମାଣ କରାଯାଉଛି ଦୁଇ ମହଲା ପ୍ରଶାସନ ନିକଟରେ ଏହି ବେଆଇନ କାର୍ଯ୍ୟରେ ପ୍ରତିବାଦ କରିବା ସତ୍ତ୍ଵେ ସେଥିପ୍ରତି କର୍ଣ୍ଣପାତ କରା ନ ଯିବାରୁ ଜମି ମାଲିକ ଶ୍ରୀ ମେହେର ଅବଶେଷର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଓ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ସରକାରୀ ବିଭାଗ ର ଏଭଳି ଦାଦାଗିରି ବୁଦ୍ଧିଜିବି ମହଲରେ ବିସ୍ମୟ ସୃଷ୍ଟି କରିଛି ।

ଅନୁସନ୍ଧାନରୁ ଜଣାପଡିଛି ଜେ ୧୯୬୫ ମସିହାରେ ମନମୁଣ୍ଡାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଅଧିକ ଶ୍ରେଣୀ ଗୃହର ଆବଶ୍ୟକତା ପଡିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୃହ ନିର୍ମାଣ ପାଈଁ ଟେଣ୍ଡର କରାଗଲା ଓ ଶ୍ରୀ ମେହେର ଙ୍କ ବାସୁଦେବପାଲି ସ୍ଥିତ ମୌଜା ବ୍ୟକ୍ତିଗତ ଜମି (ପ୍ଲଟ ନଂ ୨୭୫ଖାତା ନଂ ୭୩/୨୦୬) ଉପରେ ତାଙ୍କର ଆପତ୍ତି ସତ୍ତ୍ଵେ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା । ଏହି ଜମିରେ ବୌଧ ପଟ୍ଟା ଶ୍ରୀ ମେହେରଙ୍କ ନାମରେ ନାମିତ ରହିଛି । ‘ରୟତି’ ସ୍ୱତ୍ତ୍ୱରେ ଥିବା ଏହି ଜମିରେ ତାଙ୍କର ବିନାନୁମତି ରେ ଗୃହ ନିର୍ମାଣ ସମ୍ପର୍କରେ ସମସ୍ତ ପ୍ରମାଣ ସହ ଆପତ୍ତି କରିବାରୁ ସେତେବେଳେ ଏହି ଜମି ବଦଳରେ ଜମି ଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେଇଥିଲେ ।8357dd2a 3f6a 4e0c 9fd6 3d0a99384adb ସରକାରୀ ବିଭାଗ ର ଦାଦାଗିରି : ବ୍ୟକ୍ତିଗତ ଜମି ଉପରେ ବଳପୂର୍ବକ ଗୃହ ନିର୍ମାଣ

ମାତ୍ର ପ୍ରତିଶୃତି ରକ୍ଷା କରାଯିବା ପରିବର୍ତ୍ତେ ୨୦୨୧ ରେ 5-T ରୂପାନ୍ତିକରଣ କାର୍ଯ୍ୟକ୍ରମରେ ଉକ୍ତ ଏକ ମହଲା ବିଶିଷ୍ଟ ଶ୍ରେଣୀ ଗୃହ ଉପରେ ଦୁଇ ମହଲା ଗୃହ ନିର୍ମାଣ କରାଗଲା । ଫଳରେ ବାଧ୍ୟ ହୋଇ ନ୍ୟାୟ ପାଈଁ ଶ୍ରୀ ମେହେର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ସଂକ୍ଳାନ୍ତ ରେ ଉଚ୍ଚ ନ୍ୟାୟାଳୟରେ W.P.( C ) ନଂ ୮୧୫୨/୨୦୨୧ ନମ୍ବର ମାମଲା ଦାୟର କରାଯାଇଛି ଓ ମାମଲାଟି ବିଚାରଧୀନ ରହିଛି । ଏହି ମାମଲାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ମାଧ୍ୟମିକ ଓ ଗଣଶିକ୍ଷା ବିଭାଗ, ବୌଦ୍ଧ ସର୍କଲର ମଣ୍ଡଳ ଶିକ୍ଷାଧିକାରୀଙ୍କୁ ପ୍ରତିବାଦୀ ପକ୍ଷ କରାଯାଇଛି ।

ପ୍ରତିବାଦୀ ପକ୍ଷ ସମ୍ପୃକ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଅନୁସରଣ କରିନାହାନ୍ତି କିମ୍ବା ଜମି ପାଈଁ କୌଣସି କ୍ଷତି ପୂରଣ ପ୍ରଦାନ କରି ନ ଥିବା ଶ୍ରୀ ମେହେରଙ୍କ ଆବେଦନରେ ଅଭିଯୋଗ କରାଯିବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ପ୍ରାଥନା କରାଯାଉଛି । ପ୍ରତିବାଦୀ ପକ୍ଷଙ୍କ ଉପରେ ହାଇକୋର୍ଟ ନୋଟିସ ଜାରୀ କରିଛନ୍ତି ।