-5.7 C
Innichen
Sunday, May 22, 2022

ସିଲେଇ ସାର ଙ୍କ ବିୟୋଗରେ ଶୋକ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୧/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଧର୍ମୁଧର ମେହେର (ସିଲେଇ ସାର) ଙ୍କ ୮୫ ବର୍ଷ ବୟସରେ ରେ ଗତ କାଲି ରାତିରେ ପୁରୁଣାକଟକ ସ୍ଥିତ ବାସଭଵନ ରେ ମୃତ୍ୟୁ ହୋଇଯାଇଛି |

ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଓ ସିଲେଇ ସାର ଭାବେ ସେ ବେଶ ପରିଚିତ ଥିଲେ | ଶ୍ରୀ ମେହେର ଛାତ୍ରବତ୍ସଳ ତଥା ଜଣେ ଉଦାର ହୃଦୟ ବ୍ୟକ୍ତିତ୍ୱ ଥିବାରୁ ତାଙ୍କୁ ହରାଇ ଏହି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି | ଆଜି ସକାଳେ ସଗଡ଼ିଆ ଶ୍ମାଶନ ରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଥିଲା | ପୁତ୍ର ଦେବଦତ୍ତ ମେହେର ମୁଖାଗ୍ନି ଦେଇଥିଲେ |

Related Articles

Stay Connected

0FansLike
3,320FollowersFollow
19,600SubscribersSubscribe
- Advertisement -spot_img

Latest Articles