ଦେଶୀ ରନ୍ଧା ମଦ ସହ ଦୁଇ ଗିରଫ, ନିଶାଯୁକ୍ତ କରିବା ପାଇଁ ମିସା ଯାଉଛି ୟୁରିଆ ସାର

0
179
ଦେଶୀ ରନ୍ଧା ମଦ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୨/୦୧) : ବଲାଙ୍ଗୀର ଜିଲ୍ଲାରେ ମାତ୍ରାଧିକ ଭାବେ ଦେଶୀ ରନ୍ଧା ମଦ ପ୍ରସ୍ତୁତି ଓ ଚାଲାଣ ବୃଦ୍ଧି ପାଇ ଚାଲିଥିବା ଅଭିଯୋଗ ହୋଇଆସୁଛି । ପ୍ରକାଶ ଯେ ଅଧିକ ନିଶାଯୁକ୍ତ କରିବା ପାଇଁ ଏହି ରନ୍ଧା ମଦ ପ୍ରସ୍ତୁତି ରେ ୟୁରିଆ ସାର ମିସା ଯାଉଛି ।

ଯଦ୍ବାରା ଏହି ରନ୍ଧା ମଦ ପିଇ ଅନେକ ଅକାଳ ମୃତ୍ୟୁ ର ଶିକାର ହେଉଥିବା ବେଳେ ଅବକାରୀ ବିଭାଗ ତଥା ପୋଲିସ ଏ ନେଇ ଉପଯୁକ୍ତ ପଦକ୍ଷେପ ନ ନେବା ତାଙ୍କ କାର୍ଯ୍ୟ ନେଇ ସନ୍ଦେହ ସୃଷ୍ଟି ହୋଇ ଆସୁଛି । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସହ ଉଭୟ ପୁରୁଷ, ଯୁବକ ତଥା ମହିଳା ମାନେ ଏହି ଦେଶୀ ରନ୍ଧା ମଦ ପିଇବା ଓ ଘରେ ଘରେ ମଦ ବିକ୍ରି ଏକ ପ୍ରକାର କୁଟୀର ଶିଳ୍ପ ରେ ପରିଣତ ହୋଇଛି । ସେହିପରି ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ତରଫରୁ ଚଢ଼ାଉ କରି ମାଗୁରବେଡା ଗ୍ରାମ ରୁ ମଦ ବିକ୍ରି ବେଳେ ଦୁଇ ଜଣ ଙ୍କୁ ଗିରଫ ସହ ୩୪ ଲିଟର ରନ୍ଧା ମଦ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

ଖଇରଗୁଡା ଗ୍ରାମର ସୁବ୍ରତ କୁଅଁର ଓ ବନମାଳୀ କୁଅଁର ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦୃଢ ଦାବି ହୋଇଆସୁଛି ।