କୋଭିଡ-୧୯ ର ତୃତୀୟ ଲହର କୁ ଦୃଷ୍ଟି ରେ ରଖି ରକ୍ତଦାନ ଶିବିର ଆୟୋଜନ ନେଇ ପ୍ରସ୍ତୁତି

0
134
କୋଭିଡ-୧୯ ର ତୃତୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୫/୦୧) : ଚଳିତ କୋଭିଡ-୧୯ ର ତୃତୀୟ ଲହର ସହ ଅକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ ଭାବେ ଓମିକ୍ରନ ସମୟରେ ଆଇସୋଲେସନ ସହ ଏହି ଭୂତାଣୁ ଚିହ୍ନଟ ହୋଇଥିବା ଅକ୍ରାନ୍ତ ତଥା ସାଧାରଣ ରୋଗୀ ନିୟମିତ ଭାବେ ଜିଲ୍ଲା ର ଟିଟିଲାଗଡ଼ ସବ ଡିଭିଜନାଲ ମୁଖ୍ୟ ଚିକିତ୍ସାଳୟରେ ଉପରେ ନିର୍ଭର କରୁଥିବା ବେଳେ ରକ୍ତ ର ଅଭାବ ପରିଲକ୍ଷିତ ହୋଇଆସୁଛି ।

ଏହି ରକ୍ତ ଅଭାବ ଦେଖାଦେଇ ଆସୁଥିବା ବେଳେ କୋଭିଡ-୧୯ ର ତୃତୀୟ ଲହର କୁ ଦୃଷ୍ଟି ରେ ରଖି ଟିଟିଲାଗଡ଼ ଲିଓ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ରବିବାର ସକାଳୁ ସ୍ଥାନୀୟ ଲୟନ୍ସ କ୍ଲବ କାର୍ଯ୍ୟଳୟ ରେ ଆୟୋଜିତ ହେବା ନେଇ ପ୍ରସ୍ତୁତି ସାରିଥିବା ସୂଚନା ମିଳିଛି । ଏହି ସମୟରେ ଏଭଳି ଶିବିର ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏହି ଶିବିର ରେ ରକ୍ତଦାତା ଉପସ୍ଥିତ ରହିବାକୁ କ୍ଳବ ସଦସ୍ୟ ଙ୍କ ତରଫରୁ ଅନୁରୋଧ କରାଯାଇଛି ।

ସେହିପରି ରକ୍ତଦାନ ପାଇଁ ମହିଳା ବର୍ଗ ଆଗେଇ ଆସୁ ନ ଥିବା ନେଇ ସ୍ଥାନୀୟ ଉପଖଣ୍ଡ ରକ୍ତଭଣ୍ଡାର ରେ ସ୍ୱ-ଇଛା ରେ କିଛି ଯୁବତୀ ରକ୍ତଦାନ କରିଛନ୍ତି ।