ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନାହିଁ : ଗଜପତି ଏସ୍ପି

0
197

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୪/୦୭) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ/ ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କୌଣସି ସମ୍ପୃକ୍ତି ନାହିଁ । ଏନେଇ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ କହିଛନ୍ତି । ଏହା ପରେ ଡିଏଫଓଙ୍କୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ପୂର୍ଣ୍ଣଛେଦ ପଡିଛି । କେବଳ ଘଟଣା ଦିନ ଡିଏଫ୍ଓ ସ୍ପଟକୁ ଯାଇଥିଲେ ବୋଲି ସେ କହିଛନ୍ତି । ଏପରି ସ୍ଥଳେ କେମିତି ମୃତୁ୍ୟ ହେଲା ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏସ୍ପି କହିଛନ୍ତି, ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣା ସହିତ ଡିଏଫ୍ଓଙ୍କ ସମ୍ପୃକ୍ତି ନାହିଁ । କଲ ସିଡିଆର ଯାଞ୍ଚରୁ ଡିଏଫ୍ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି । ଅଧିକ ତଦନ୍ତ ପାଇଁ ପଡେ଼ାଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ । ଡିଏଫ୍ଓ କେବେବି ବିଦ୍ୟାଙ୍କ ଘରକୁ ଆସିଥିବା ନେଇ କେହି କହିନାହାନ୍ତି । ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍ପି କହିଛନ୍ତି ।

ସେ ଆହୁରୀ କହିଛନ୍ତି, ବିଦ୍ୟାଭାରତୀ ପଣ୍ଡାଙ୍କ ଘର ଲୋକଙ୍କ ଫୋନ କଲ୍ ପାଇ ଓଆସି ମମତା ପଣ୍ଡା ଯାଇଥିଲେ । ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା । ମାନବିକତା ଦୃଷ୍ଟିରୁ ଯାଇଥିଲେ । ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ବିତି ଯାଇଥିବା ବେଳେ ଘଟଣା ଉପରେ କୌଣସି ନିଷ୍କର୍କ ବାହାରିପାରି ନାହିଁ । ଗତକାଲି ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା । ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଡିଏଫ୍ଓଙ୍କୁ ପଚରାଉଚରା କରିଥିେଏ । ପଚରାଉଚରା ସମୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହ ତାଙ୍କର ସମ୍ପର୍କ କଥାକୁ ଡିଏଫ୍ଓ ଅସ୍ୱୀକାର କରିଥିବା ପୋଲିସ ଅଧିକାରୀମାନେ କହିଛନ୍ତିି ।

ସୂଚନାଯୋଗ୍ୟ, ବାହାଘରର ମାସକ ପରେ ସୌମ୍ୟ ପନôୀ ବିଦ୍ୟାଭାରତୀଙ୍କୁ ନେଇ ପାରଳାଖେମୁଣ୍ଡିରେ ଥିବା ସରକାରୀ କ୍ୱାର୍ଟର୍ସରେ ରହୁଥିଲେ । ୧୨ ତାରିଖ ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଗଲା । ବିଦ୍ୟାଭାରତୀ ଏନେଇ ପଡେ଼ାଶୀଙ୍କ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।