ରାଜ୍ୟ ର ୩ ଜଣରୁ ଜଣେ ରୋଗୀ ଦୀର୍ଘ ସମୟ ସଂକ୍ରମିତ ରହୁଛନ୍ତି : ଏମ୍ସ

0
150
ରାଜ୍ୟ ର ୩

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୯/୦୧) : ରାଜ୍ୟ ର ୩ ଜଣ ରୁ ଜଣେ କରୋନା ରୋଗୀ ଦୀର୍ଘ ସମୟ ଧରି ସଂକ୍ରମିତ ହୋଇ ରହୁଛନ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି ।

କରୋନା ର ଦ୍ୱିତୀୟ ଲହର ସମୟରେ ଏହି ଅଧ୍ୟୟନ କରାଯାଇଥିଲା । ଗତବର୍ଷ ଏପ୍ରିଲ ମାସ ରୁ ସେପ୍ଟେମ୍ବର ମାସ ମଧ୍ୟରେ କରାଯାଇଥିବା ଅଧ୍ୟୟନରୁ ରାଜ୍ୟ ର ୩ ଜଣରୁ ଜଣେ ରୋଗୀ ଦୀର୍ଘ ସମୟ ସଂକ୍ରମିତ ବୋଲି ଜଣାପଡ଼ିଛି । ମୋଟ୍ ୨୯.୨ ପ୍ରତିଶତ ଆକ୍ରାନ୍ତ ଦୀର୍ଘ ସମୟ ଧରି ସଂକ୍ରମିତ ହେଉଛନ୍ତି । ସବ୍ ଗ୍ରୁପ୍ ତଥ୍ୟ ଅନୁଯାୟୀ ୬୨ ଦଶମିକ ୫ ପ୍ରତିଶତ ସିଭିୟର ଓ କ୍ରିଟିକାଲ କେସ୍ ରହିଛି । ୨୩ ଦଶମିକ ୪ ପ୍ରତିଶତ ସ୍ୱଳ୍ପ ଲକ୍ଷଣ ଯୁକ୍ତ ରୋଗୀ ଓ ୩୪ ପ୍ରତିଶତ ରୋଗୀ କରୋନା ର ଦୁଇଟି ଡୋଜ୍ ନେଇ ସାରିଛନ୍ତି ।

ଲଙ୍ଗ କୋଭିଡ କିଛି ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ରହିଥାଏ । ଏହା ରୋଗୀ ର ଶରୀର ଉପରେ ପ୍ରଭାବ ପକାଇଥାଏ । ଶରୀର ର ଅଙ୍ଗ କ୍ଷତି ଘଟାଇପାରେ । ଅଧିକ ଦିନ ଧରି ରହୁଥିବା କରୋନା ର ଲକ୍ଷଣ ସମୟ ସହିତ ବଦଳି ଯାଇପାରେ । ରିପୋର୍ଟ ଅନୁସାରେ ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକାପଣ । ଯାହାକି ୬୪ ଦଶମିକ ୮ ପ୍ରତିଶତ ।

ସେହିପରି ୩୨ ଦଶମିକ ୪ ପ୍ରତିଶତ ଲକ୍ଷଣ ହେଉଛି କାଶ । ତିନି ପ୍ରତିଶତ ରୋଗୀଙ୍କ ନିକଟରେ ଚିନ୍ତା କରିବା ର ଶକ୍ତି ହ୍ରାସ ପାଉଥିବା ଜଣାପଡ଼ିଛି । ୧୮ ରୁ ୮୮ ବର୍ଷ ମଧ୍ୟରେ ୪୮୭ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୯୯ ଜଣ ମହିଳା ଥିଲେ । ୨୮୭ ଜଣ କରୋନା ଟିକା ନେଇଥିବା ବେଳେ ୧୯୯ ଜଣ ଟିକା ନେଇ ନ ଥିଲେ ।