ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ରେ ଜୟରାମ ଗୁଡା ବିଜୟୀ

0
131
ଜିଲ୍ଲା ସ୍ତରୀୟ ଭଲିବଲ

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର, ତା-(୧୮/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ସାହି ଠାରେ ଦେବଗିରି ଯୁବକ ସଙ୍ଘ ତରଫରୁ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଶେଷ ମ୍ୟାଚ ରେ ଜୟରାମ ଗୁଡା ବିଜୟୀ ହୋଇଛି ।

ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଶେଷ ମ୍ୟାଚ ରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗ ଓ କିଶୋର ପାଢ଼ୀ ଉପସ୍ଥିତ ରହି ବିଜୟୀ ଦଳ କୁ ପୁରସ୍କୃତ କରିଥିଲେ । ଏଥିରେ ମୋଟ ୧୬ ଟି ଦଳ ରହିଥିଲେ ।

ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ଦଳ ମଧ୍ୟରେ ଖେଳ ପ୍ରତିଯୋଗିତା କରାଯାଉଥିଲା । ଆଜି ଫାଇନାଲ ମ୍ୟାଚ ରେ ଖଟଗନ୍ତା କୁ ସେମିଫାଇନାଲ ରେ ହରାଇ ଅଡାବାଡ଼ି ଫାଇନାଲ କୁ ଯାଇଥିବା ବେଳେ ରାୟଗଡା ନୂଆସାହି କୁ ହରାଇ ଜୟରାମ ଗୁଡା ଫାଇନାଲ କୁ ଯାଇଛି । ଅଡାବାଡ଼ି ଓ ଜୟରାମ ଗୁଡା ମଧ୍ୟରେ ଫାଇନାଲ ମ୍ୟାଚ କରାଯାଇଥିଲା । ଏଥିରେ ଅଡାବାଡ଼ି କୁ ହରାଇ ଜୟରାମ ଗୁଡା ବିଜୟୀ ହୋଇଛି । ମୁଖ୍ୟ ଅତିଥି ବିଜୟୀ ଜୟରାମ ଗୁଡା ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ପରାଜୟ ଅଡାବାଡ଼ି ଦଳକୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ଏଥିରେ ଭଲ ନେଟର ବିଷମକଟକ ଦଳ ର ସିଧୁଙ୍କୁ ୧୧୦୦ ଟଙ୍କା ସହ ଟ୍ରଫି ଓ ଭଲ ହିଟର ରାଜେଶ ହିକକା କୁ ୧୧୦୦ ଟଙ୍କା ସହ ଟ୍ରଫି ଦେବା ସହ ଖେଳ ପରିଚାଳନା କରୁଥିବା ରେଫରି ରମାକାନ୍ତ ପରିଛା, ବିଶ୍ୱନାଥ କାଡ୍ରାକା ଙ୍କୁ ୫୦୦ ଟଙ୍କା ଲେଖାଏଁ ଦେବା ସହ ଟ୍ରଫି ପ୍ରଦାନ କରଯାଇଥିଲା । ସ୍ଥାନୀୟ ଦେବଗିରି ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅନ୍ତିମ ଭଲିବଲ୍ ପ୍ରତିଯୋଗୀତା କୁ ସହଯୋଗ କରିଥିଲେ ।