ରାଉରକେଲା-ଗୁଣୁପୁର ରାଜ୍ୟରଣୀ କାଶୀନଗର ଠାରେ ଅଟକିବା ପାଇଁ ଡିଆର୍ ଏମ୍ ଙ୍କୁ ସ୍ମାରକ ପତ୍ର

0
297
ରାଉରକେଲା-ଗୁଣୁପୁର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୦/୦୧) : କାଶୀନଗର ଠାରେ ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଟ୍ରେନ ଅଟକାଇବା ପାଇଁ ଡି ଆର୍ ଏମ୍ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଆଜି ଦିନିକିଆ ଗସ୍ତ ରେ ଆସିଥିବା ପୂର୍ବତଟ ରେଳବାଇ ର ଡି ଆର୍ ଏମ୍ ଶ୍ରୀ ବାନାର୍ଜୀ ଙ୍କୁ କାଶୀନଗର ନାଗରିକ ମଞ୍ଚ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ରାଉରକେଲା-ଗୁଣୁପୁର ରାଜ୍ୟରଣୀ କାଶୀନଗର ଠାରେ ଅଟକିବା ପାଇଁ ଏକ ସ୍ମାରକ ପତ୍ର ଦିଆଯାଇଛି । ପ୍ରତି ଦିନ ସଂଖ୍ୟାଧିକ ଯାତ୍ରୀ ଭୁବନେଶ୍ୱର ରୁ କାଶୀନଗର କୁ ଆସନ୍ତି କିନ୍ତୁ ଏଠାରେ ଷ୍ଟପେକ ନ ଥିବାରୁ ବହୁ ଯାତ୍ରୀ ହଇରାଣ ହେଉଛନ୍ତି । ଡି ଆର୍ ଏମ୍ ଙ୍କୁ ସ୍ମାରକ ପତ୍ର ପ୍ରଦାନ କଲା ସମୟରେ ଏମ୍ ଶ୍ରିନୁ, ରବି ପଣ୍ଡା, ପ୍ରଶାନ୍ତ ସାହୁ ଏମ୍ ସୁଜନ, ପ୍ରଶାନ୍ତ ମିଶ୍ର, ତ୍ରିନାଥ ନାୟକ, ହୃଷୀକେଶ ଗୌଦ୍, ଆଦି ବହୁ ନାଗରିକ ଯୋଗ ଦେଇଥିଲେ ।