ଇନ୍ଦିରା ଆବାସର କେଳେଙ୍କାରୀ, ବକେୟା ଟଙ୍କା ପାଇବାକୁ ସରକାରୀ ବାବୁଙ୍କୁ ଦେବାକୁ ପଡୁଛି ହାତ ଖର୍ଚ୍ଚ

0
248
ଇନ୍ଦିରା ଆବାସର କେଳେଙ୍କାରୀ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୪/୦୧) : ଇନ୍ଦିରା ଆବାସର କେଳେଙ୍କାରୀ, ମାଳ ମାଳ ସରକାରୀ ଯୋଜନା, ପୁଣି ନୂଆ ନୂଆ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ସଠିକ ଭାବରେ ପହଂଚି ପାରୁନି ଯୋଜନା ଉଚିତ ହିତାଧିକାରୀଙ୍କ ପାଖରେ | ପୁଣି କିଛିକିଛି ସ୍ଥାନରେ କାମ କରି ହିତାଧିକାରୀ ପାଇପାରୁନି ପ୍ରାପ୍ୟ |

ଇନ୍ଦିରା ଆବାସର କେଳେଙ୍କାରୀ, କାମ କରି ବକେୟା ପ୍ରାପ୍ୟ ପାଇଁ ବାର ବାର ସରକାରୀ ଅଧିକାରୀ ଙ୍କ ଦ୍ୱାରସ୍ତ ହେବାକୁ ପଡୁଛି ଅସହାୟ ପରିବାରକୁ | ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ପଂଚାୟତରେ | ପଂଚାୟତ ର ଆଡେଣି ଗଡ଼ ଗ୍ରାମ ର ଦେବେଶ ଚନ୍ଦ୍ର ସାହୁ ୨୦୧୮ -୧୯, ଜୟ ବାଙ୍କ ଗୋଛାବାରୀ ୨୦୧୯-୨୦, ବାଛିମନ ସାହୁ ନୂଆ ଗାଁ ୨୦୧୮-୧୯ ରେ ଇନ୍ଦିରା ଆବାସ ଯୋଜନା ରେ ଘର ପାଇ କାମ ସଂପୂର୍ଣ କରିସାରିଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ଟଙ୍କା NREGA ବାବଦ କୁ ପ୍ରାପ୍ୟ ଟଙ୍କା ପାଇନ ଥିବାର ଅଭିଯୋଗ ଆଣିଛନ୍ତି |

ତାଙ୍କ ବୟାନ ଅନୁଯାଇ ସେମାନେ ଏହି ବକେୟା ଟଙ୍କା ପାଇଁ ସ୍ଥାନୀୟ ସରପଞ୍ଚ, GRS, PEO ଙ୍କୁ ଏ ବାବଦରେ ବାରବାର ଦୃଷ୍ଟି ଆକର୍ଷଣ କରିଥିଲେ କିଛି ସୁଫଳ ମିଳି ନ ଥିବାରୁ ଶେଷରେ ନିରାଶ ହୋଇ GRS ସୈlରଜିତ ମହାପାତ୍ର ହାତ ଗୁଞ୍ଜା ଦେଲେ ବିଲ କରାଇ ଦେବି କହିବାରୁ ୧୦୦୦ /୨୦୦୦ ଟଙ୍କା ଲାଞ୍ଚ ଆକାରରେ ଅସହାୟ ଅଭିଯୋଗ କାରି ମାନେ ହାତ ଗୁଞ୍ଜା ବି ଦେଇଥିଲେ |

କିନ୍ତୁ ଦୁଃଖ ର ବିଷୟ ଏକ ବର୍ଷ ବିତିଯାଇଥିଲେ ବି ଆଜି ପଯ୍ୟନ୍ତ ତାଙ୍କ ପ୍ରାପ୍ୟ ପାଇପାରିଲେନି ତିନି ଅଭିଯୋଗ କାରି | ଏପଟେ କିନ୍ତୁ ସରକାର ଯୋଜନା ଉପରେ ଯୋଜନା କାରି ବାହା ବାଃହା ମାରୁଥିବା ବେଳେ ସରକାରୀ କର୍ମଚାରୀ ଲୁଟିଚାଲିଛି ଗରିବ ଅସହାୟଙ୍କୁ |