୭୩ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବୌଦ୍ଧ କଚେରୀ ପଡିଆରେ ପ୍ୟାରେଡ ଅଭ୍ୟାସ

0
237
୭୩ ତମ ସାଧାରଣତନ୍ତ୍ର

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୪/୧) : ଆଜି ସକାଳ ୮ ଘଟିକା ସମୟରେ କଚେରୀ ପ୍ୟାରେଡ ପଡିଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ ଅନୁଷ୍ଠିତ ହୋଇ ଯାଇଛି l

୭୩ ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅଭ୍ୟାସରେ 5th IRB ବାଟାଲିଆନ ଏବଂ କମାଣ୍ଡ ର କେ. ବି. ଭୋଇ, ଏ. କେ. ମଲ୍ଲିକ, APR ପୋଲିସ ଏବଂ କମାଣ୍ଡର ପି. କେ. ମଲ୍ଲିକ, Home Guard ଏବଂ କମାଣ୍ଡର ବାବୁଲି ହାତୀ, 5th IRBN ଏବଂ ଜ଼ିଲ୍ଲା ପୋଲିସ ର ମିଳିତ ପୋଲିସ ବ୍ୟାଣ୍ଡ ଏହିପରି ୧୦୪ ଜଣ ପୋଲିସ କର୍ମଚାରୀ ପ୍ୟାରେଡ ଅଭ୍ୟାସ ରେ ଉପସ୍ଥିତ ଥିଲେ l ଆର. ଆଇ. ମଧୁସୂଦନ ମହାପାତ୍ର ଏବଂ ସରଜେଣ୍ଟ ଦୁଷ୍ମନ୍ତ କୁମାର ସାହୁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଶିକ୍ଷକ ବସନ୍ତ କୁମାର ସାହୁ, ରିପୋର୍ଟର ସଂଜୀବ କୁମାର ମହାକୁଡ଼ ଆଦି ଉପସ୍ଥିତ ରହିଥିଲେ |