ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସନ୍ଦେଶ : ଅଧିକାର ଏବଂ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ

0
149
ଦେଶବାସୀଙ୍କୁ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୫/୦୧) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ ତମ ଗଣତନ୍ତ୍ର ଦିବସ ର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଗଣତନ୍ତ୍ର ଦିବସ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁଥିବା ଏକ ଜାତୀୟ ଉତ୍ସବ । ଅଧିକାର ଏବଂ କର୍ତ୍ତବ୍ୟ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଦେଶବାସୀଙ୍କୁ ରାଷ୍ଟ୍ରପତି କହିଛନ୍ତି, ୧୯୫୦ ରେ ଆଜିର ଦିନରେ ଆମ ସମସ୍ତଙ୍କୁ ଗୌରବଶାଳୀ ପରିଚୟ ମିଳିଥିଲା । ପ୍ରତି ବର୍ଷ ଗଣତନ୍ତ୍ର ଦିବସକୁ ଆମେ ନିଜର ଗତିଶୀଳ ଗଣତନ୍ତ୍ର ତଥା ଜାତୀୟ ଏକତାର ଭାବନା ଉତ୍ସବ ଭାବେ ପାଳନ କରିଥାଉ । ମହାମାରୀ କାରଣରୁ ଚଳିତ ବର୍ଷ ର ଧୂମଧାମ ଉତ୍ସବ ପାଳନରେ କିଛିଟା କମ ହୋଇଛି । ମାତ୍ର ଆମର ଭାବନା ସର୍ବଦା ମଜବୁତ ରହିଛି ।

ରାଷ୍ଟ୍ରପତି କହିଛନ୍ତି, ଗଣତନ୍ତ୍ର ଦିବସ ର ଏହି ଦିନ ସେହି ମହାନାୟକଙ୍କୁ ମନେ ପକାଇବାର ଏକ ଦିନ, ଯେଉଁମାନେ ସ୍ଵରାଜର ସ୍ଵପ୍ନ ସାକାର କରିବା ପାଇଁ ଅତୁଳନୀୟ ସାହାସ ର ପରିଚୟ ଦେଇଥିଲେ । ସେମାନଙ୍କ ପାଇଁ ହିଁ ଦେଶବାସୀଙ୍କ ମଧ୍ୟରେ ସଂଘର୍ଷ ର ଉତ୍ସାହ ଜାଗି ଉଠିଛି । ମାନବ ସମୁଦାୟ କୁ ପରସ୍ପର ର ସାହାଯ୍ୟ କରିବାକୁ ଆଜି ଯେତିକି ଆବଶ୍ୟକତା ପଡିଛି, ତାହା ପୂର୍ବରୁ କେବେ ପଡି ନ ଥିଲା । ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଛି, ମାତ୍ର ମାନବ ଜାତି ର କରୋନା ଭାଇରସ୍ ବିରୋଧରେ ସଂଘର୍ଷ ଏବେ ମଧ୍ୟ ଜାରି ରହିଛି । କରୋନା ମହାମାରୀରେ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

ରାଷ୍ଟ୍ରପତିଙ୍କ ଭାଷଣ ର ମୁଖ୍ୟାଂଶ

– ମହାମାରୀ ର ପ୍ରଭାବ ଏବେ ମଧ୍ୟ ବ୍ୟାପକସ୍ତରରେ ଜାରି ରହିଛି । ଆମକୁ ସତର୍କ ରହିବା ଉଚିତ୍ ଏବଂ ନିଜ ସୁରକ୍ଷାରେ ଅବହେଳା କରିବା ଉଚିତ୍ ନୁହେଁ । ଆମେ ଏ ପର୍ଯ୍ୟନ୍ତ ଯେଉଁ ସାବଧାନତା ଅବଲମ୍ବନ କରିଛନ୍ତି, ତାକୁ ଜାରି ରଖିବା ।

– ସଙ୍କଟ ର ଏହି ସମୟରେ ଆମେ ଦେଖିଲେ ଯେ, କିପରି ଆମ୍ଭେ ସମସ୍ତ ଦେଶବାସୀ ଏକ ପରିବାର ପରି ପରସ୍ପର ସହ ଜଡିତ ଅଛନ୍ତି ।

– ପୂରା ବିଶ୍ଵ ର ଅର୍ଥ ବ୍ୟବସ୍ଥା ଉପରେ ଆଘାତ ଲାଗିଛି । ବିଶ୍ଵ ସମୁଦାୟକୁ ଅଦ୍ଭୁତପୂର୍ବ ବିପଦର ସାମ୍ନା କରିବାକୁ ପଡିଛି ।

– ମୁଁ ଏହା କହିବାରେ ଗର୍ବିତ ଅନୁଭବ କରୁଛି ଯେ, ଆମେ କରୋନା ବିରୋଧରେ ଅସାଧାରଣ ଦୃଢ ସଂକଳ୍ପ ଏବଂ କାର୍ଯ୍ୟ କ୍ଷମତା ର ପ୍ରଦର୍ଶନ କରିଛୁ ।