ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା : ୭ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର, ପ୍ରମୋଦଙ୍କୁ ପଦ୍ମଶ୍ରୀ

0
135
ଘୋଷଣା ହେଲା ପଦ୍ମ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୫/୦୧) : ଗଣତନ୍ତ୍ର ଦିବସ ର ଅବ୍ୟବହିତ ପୂର୍ବରୁ ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା । ଓଡ଼ିଶା ର ୬ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟ ଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ । ଏ ନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା ଯେଉଁଥିରେ ଅଲମ୍ପିକ୍‌ ପଦକ ବିଜେତା ପାରା ଆଥଲେଟ୍‌ ପ୍ରମୋଦ ଭଗତ ଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ସେହିପରି ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ, ପ୍ରଶାସନିକ ସେବା ପାଇଁ ଗୁରୁ ପ୍ରସାଦଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।

ଓଡ଼ିଶା ସାହିତ୍ୟ ଜଗତର ଯଶସ୍ୱୀ ଲେଖିକା ପ୍ରତିଭା ରାୟଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆୱାର୍ଡ, ଶାରଳା ଆୱାର୍ଡ, ମୂର୍ତ୍ତିଦେବୀ ଆୱାର୍ଡ, ଅମ୍ରିତା କୀର୍ତ୍ତି ପୁରସ୍କାର, ପଦ୍ମଶ୍ରୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଏବଂ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି ।