ପ୍ରାର୍ଥୀ ପ୍ରତ୍ୟାହାର ପରେ ୩୨ ସମିତି ସଭ୍ୟ, ୩୩ସରପଞ୍ଚ, ୮ ଜିଲ୍ଲାପରିଷଦ ନିର୍ବାଚନ ମଇଦାନରେ

0
190
ପ୍ରାର୍ଥୀ ପ୍ରତ୍ୟାହାର

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୮/୦୧) : କାଶୀନଗର ପଞ୍ଚାୟତ ସମିତି ନିର୍ବାଚନ ପ୍ରାର୍ଥୀ ପ୍ରତ୍ୟାହାର ସରିଛି । କାଶୀନଗର ବ୍ଲକ ନିର୍ବାଚନ ଅଧିକାରୀ ଡ଼ା. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ସୂଚନା ମୁତାବକ କାଶୀନଗରରେ ୧୨ ଟି ପଞ୍ଚାୟତ ଓ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ରେ ପ୍ରତ୍ୟାହାର ସରିଛି ।

ପ୍ରାର୍ଥୀ ପ୍ରତ୍ୟାହାର ପରେ ୩୩ ଟି ସରପଞ୍ଚ ୩୨ ଜଣ ସମିତି ସଭ୍ୟ ନିର୍ବାଚନ ମୋଇଦାନ ରେ ଅବତୀର୍ଣ୍ଣ ହୋଇଥିବା ବେଳେ ମୁଖ୍ୟତଃ ବିଜେଡ଼ି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକାର ହେବ କଂଗ୍ରେସ୍ ସ୍ଥିତି ବଜାୟ ହେବା ସ୍ଥିତିରେ ରହିଛି । ଦୁଇଟି ଜୋନ୍ ରେ ମୋଟ ୮ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଛନ୍ତି । ଜୋନ୍ ୧ ରେ ୪ ଜଣ ଜୋନ୍ ୨ ରେ ୪ ଜଣ ପ୍ରତିଦ୍ବନ୍ଦିତା କରୁଥିବା ଜଣା ଯାଇଛି । ନିର୍ବାଚନ ପ୍ରଚାର ରେ ବିଜେଡ଼ି ଜୋରଦାର ଉଦ୍ୟମ ଚଳାଇଛି, ବିଜେପି ର କେଦର୍ ରହିଥିବା ବେଳେ ପ୍ରଚାର ସେତେ ଆଗେଇ ନାହିଁ ।