ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ୨୮ ନୁହେଁ ରିଚାର୍ଜ ପ୍ଲାନ ୩୦ ଦିନ କରିବାକୁ ନିର୍ଦ୍ଦେଶ

0
164
ମୋବାଇଲ ଉପଭୋକ୍ତାଙ୍କ

ରିପୋର୍ଟ : ଆରୂଶ୍ରୀ //
ନୂଆଦିଲ୍ଲୀ, (୨୮/୦୧) : ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କୁ ଟେଲିକମ କମ୍ପାନୀମାନେ ମାସିକ ରିଚାର୍ଜ ବୈଦ୍ଧତା ୨୮ ଦିନ ବଦଳରେ ୩୦ କରିବାକୁ ଯାଉଛନ୍ତି ।

ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଏନେଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଟେଲିକମ ଟାରିଫ୍ ୬୬ ଆମାଣ୍ଡମେଣ୍ଟ ଅର୍ଡର ୨୦୨୨ ମୁତାବକ ଟ୍ରାଇ ଅନେକ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିର୍ଦ୍ଦେଶରେ ପ୍ରଥମେ ରହିଛି ଏବେ ଟେଲିକମ କମ୍ପାନୀମାନେ ୨୮ ଦିନିଆ ରିଚାର୍ଜ ପ୍ଲାନ ପରିବର୍ତ୍ତେ ୩୦ ଦିନିଆ ରିଜାର୍ଚ ପ୍ଲାନ ଘୋଷଣା କରିବାକୁ ବାଧ୍ୟ ।

ଏହାସହ ଟେଲିକମ କମ୍ପାନୀମାନଙ୍କୁ କୁହାଯାଇଛି କି ସେମାନେ ଏଭଳି ଏକ ପ୍ଲାନ କରନ୍ତୁ ଯାହାଦ୍ୱାରା ଉପଭୋକ୍ତାମାନେ ପହିଲା ତାରିଖରେ ସେମାନଙ୍କ ମୋବାଇଲ ରିଚାର୍ଜ ରିନ୍ୟୁ କରିପାରିବେ । ଏ ନେଇ ଟ୍ରାଇ କହିଛି କି ମୋବାଇଲ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି କି ସେମାନେ ବର୍ଷକୁ ୧୨ ମାସ ସ୍ଥାନରେ ୧୩ ମାସ ରିଚାର୍ଜ କରିବାକୁ ପଡୁଛି । ଏହାଦ୍ୱାରା ସେମାନେ ଠକାମୀରେ ଶିକାର ହେଉଥିବା କଥା ଟ୍ରାଇ କହିଛି ।

ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ ଏହାକୁ ବିରୋଧ କରିଛନ୍ତି ଟେଲିକମ୍ କମ୍ପାନୀମାନେ । ସେମାନେ କହିଛନ୍ତି କି ୨୮ ଦିନ, ୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ଅସୁବିଧା ହେବ । ଏହା ସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ ।