ଓ ଜେ ୟୁ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
189
ଓ ଜେ ୟୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୮/୧) : ଓଡିଶା ସାମ୍ବାଦିକ ସଂଘ ( ଓ ଜେ ୟୁ ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସମ୍ମିଳନୀ ଗୃହ ଠାରେ ଏକ ସମ୍ବର୍ଦ୍ଧନା ସଭା କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି l

ସଭା ପ୍ରାରମ୍ଭରେ ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜଳନ ସହ ଓ ଜେ ୟୁ ସୁବର୍ଣ୍ଣପୁର ଜିଲ୍ଲା ର ପ୍ରତିଷ୍ଠାତା ତଥା ପ୍ରାକ୍ତନ ସଭାପତି ସ୍ବର୍ଗତ ପ୍ରଭାତ ଦାସ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା l ସଂଘ ର ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ସଂଘ ର ଉପଦେଷ୍ଟା ଦିଲ୍ଲୀପ ପାତ୍ର ସ୍ୱ।ଗତ ଭାଷଣ ପ୍ରଦାନ କରି କରିଥିଲେ l5ec48429 9617 42da 8f90 f91ec826e489 ଓ ଜେ ୟୁ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର ଏସ-ପି ସୀତାରାମ ଶତପଥି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ୟ ଉପ ସଭାପତି ଶୁଶାନ୍ତ କୁମାର ମହାପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ମେଜର ସଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗ ର ପ୍ରତିଭା ସମ୍ମାନ, ବୟୋଜ୍ୟାଷ୍ଠ ଓ ସାମ୍ବାଦିକ ଙ୍କ ବିଧବା ପତ୍ନୀ ଙ୍କୁ ଆଜୀବନ ପେନସନ ପ୍ରଦାନ ଭଳି ସଂଘ ର ଏହି ମହତ କାର୍ଯ୍ୟ ସବୁ କୁ କୁ ଭୁୟସୀ ପ୍ରଶଂସା କରିଥିଲେ l

ଗଣ ମାଧ୍ୟମ କେବଳ ଖବର ପାଈଁ ନୁହେଁ ସାମାଜିକ କାର୍ଯ୍ୟ ସହ ଏକ ସୁସ୍ଥ ସମାଜ ଗଠନ ଓ ମାର୍ଗ ଦର୍ଶନ ଦେବାରେ ରେ ଖୁବ ଗୁରୁତ୍ୱପୂର୍ଣ ଭୂମିକା ନିଭାଇଥାଏ l ଏବଂ ଏ ସମସ୍ତ କାର୍ଯ୍ୟ ରେ ସହଯୋଗ ର ହାତ ବଢ଼ାଇଥିବା ସୁବର୍ଣ୍ଣପୁର ର ବଦାନ୍ୟ ବ୍ୟକ୍ତି, ସମାଜସେବୀ ଙ୍କୁ ଅତିଥି ମାନେ ଊଚ୍ଚ ପ୍ରଶଂସା କରିଥିଲେ l

ଏହି ଅବସରରେ ସୁବର୍ଣ୍ଣପୁର ର ସ୍ୱଚ୍ଛ ଭାରତ ସଭାପତି ତଥା ବିଶିଷ୍ଟ ସମାଜ ସେଵୀ ଲକ୍ଷ୍ମୀ ନାରାୟଣ ମେହେର ଓ ବହୁ ପରିଚିତ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର କୋଭିଡ ଯୋଦ୍ଧା ପ୍ରମୋଦ କୁମାର ସାହୁ, ଆନ୍ତର୍ଜାତୀୟ ତାଏକାଣ୍ଡୋ ଖେଳାଳୀ ଏହେଶାସ ହୋତା,୨୦୨୧ ମାଟ୍ରିକ ଟପ୍ପର ରିଷିକେଶ ପଣ୍ଡା ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଜ୍ୟ ସଂଘ ର ନୂତନ ସଭାପତି ଶଶିଭୂଷଣ ପ୍ରହରାଜ, ଉପ ସଭାପତି ସୁଶାନ୍ତ ମହାପାତ୍ର, ରାଜ୍ୟ ନୂତନ ସମ୍ପାଦକ ରାଜ କିଶୋର ତ୍ରିପାଠୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳକମଲ ମିଶ୍ର ଙ୍କୁ ମୁଖ୍ୟ ଅତିଥି ଏସ ପି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l

ସମାଜସେବୀ ଲକ୍ଷ୍ମୀ ନାରାୟଣ ମେହେର ଓ ଶ୍ରୀବତ୍ସ ମଲ୍ଲିକ ଙ୍କ ସହାୟତାରେ ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକ ବିନୟ ରଂଜନ ପ୍ରଧାନ ଓ ସାମ୍ବାଦିକ ସ୍ବର୍ଗତ ଗୋପାଳ ମିଶ୍ର ଙ୍କ ପତ୍ନୀ ଙ୍କୁ ଏହି ଉତ୍ସବ ରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦୀର୍ଘ ବର୍ଷ ରୁ ଦିଆ ଯାଉଥିବା ଆଜୀବନ ପେନସନ ପ୍ରଦାନ କରାଯାଇଥିଲା l ପରେ ଜିଲ୍ଲା ସମ୍ପାଦକ ମହାଦେବ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l