ସିଧା ମଡ଼ଙ୍ଗ ବିଜେପି ଗଡ଼ ରେ ବିଜେଡ଼ି ପ୍ରାର୍ଥୀ ସରପଞ୍ଚ ଓ ବିଜେପି ପ୍ରାର୍ଥୀ ସମିତି ସଭ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

0
207
ବାଟାଗୁଡା ଠାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୧) : କାଶୀନଗର ବ୍ଲକ ର ସିଧା ମଡ଼ଙ୍ଗ ଗ୍ରାମ ପଞ୍ଚାୟତ ରେ ଦୁଇ ଦଳ ର ସହମତି ରେ ସରପଞ୍ଚ ଓ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ଦୁଇ ଦଳ ପାଇଁ ସମ୍ମାନ ର ପ୍ରଶ୍ନ ହୋଇପାରିଛି ।

ପ୍ରକାଶ ଥାଉ କି ସିଧା ମଡ଼ଙ୍ଗ ଗ୍ରାମ ପଞ୍ଚାୟତ ରେ ବିଜେପି ର ପୁରା ଦବ ଦବା ରହିଥିଲା । ବିଜେପି ଗଡ଼ ରେ ବିଜେଡ଼ି ପ୍ରାର୍ଥୀ ଦେବା ମଧ୍ୟ କଷ୍ଟ, ଏପରିକି କି କୌଣସି କର୍ମୀ ସମ୍ମିଳନୀ କିମ୍ବା ମିଶ୍ରଣ ପର୍ବ ପାଇଁ ମଧ୍ୟ ମୌକା ବିଜେଡ଼ି କୁ ମିଳି ନ ଥିଲା । ସେ ପରିସ୍ଥିତି ରେ ବିଜେଡ଼ି ପ୍ରାର୍ଥୀ ସ୍ଵର୍ଣ୍ଣ ମଞ୍ଜରୀ ଗନ୍ତଦା ସରପଞ୍ଚ ପ୍ରାର୍ଥୀ କୁ ବିଜେପି ବିରୋଧୀ ପ୍ରାର୍ଥୀ ଦେଇ ନ ଥିଲେ କି ସମିତି ସଭ୍ୟ ବିଜେପି ର ସୁଷମା ଶବର ଙ୍କୁ ବିଜେଡ଼ି ବିରୋଧ କରି ନ ଥିବା ରାଜନୈତିକ ବିଶ୍ଲେଶକ ଙ୍କୁ ଚକିତ କରି ଦେଇଛି ।

ବିଜେଡ଼ି ର କୌଶଳ ହେଉ କି ବିଜେପି ର ବୁଝାମଣା ଏ କଥା ସାତ୍ୟକି ରାଜନୀତିରେ କିଏ କାହାର ଶତ୍ରୁ ନୁହନ୍ତି ଏ କଥା ପ୍ରତିପାଦିତ ହୋଇଛି । ସେ ଯାହା ହେଉ ନା କାହିଁକି କାଶୀନଗର ବ୍ଲକ ରେ ଏହା ଏକ ଇତିହାସ ହୋଇ ରହିବ । ରାଜନୀତିରେ ରଙ୍ଗ ବଦଳି ପାରେ କିନ୍ତୁ ବ୍ୟକ୍ତି କୈନ୍ଦ୍ରିକ ରାଜନୀତି ରେ ସବୁ ସମ୍ଭବ ବୋଲି ଲୋକେ ଆଲୋଚନା କରୁଛନ୍ତି ।