କେ. ସୀତାପୁର ଗ୍ରାମ ପଞ୍ଚାୟତ ରେ ନଣନ୍ଦ ଭାଉଜ ମଧ୍ୟରେ ଟକ୍କର

0
308
କେ. ସୀତାପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ ଥିବା କେ. ସୀତାପୁର ଗ୍ରାମ ପଞ୍ଚାୟତ ରେ ଭାଉଜ ଓ ନଣନ୍ଦ ଙ୍କ ମଧ୍ୟରେ କଡା ମୁକାବିଲା ହେବ ।WhatsApp Image 2022 02 02 at 12.07.02 PM କେ. ସୀତାପୁର ଗ୍ରାମ ପଞ୍ଚାୟତ ରେ ନଣନ୍ଦ ଭାଉଜ ମଧ୍ୟରେ ଟକ୍କର

କେ. ସୀତାପୁର ଗ୍ରାମ ପଞ୍ଚାୟତ ଟି ରାଜନୈତିକ ଦୃଷ୍ଟି କୋଣରୁ ଅନ୍ୟ ପଞ୍ଚାୟତ ଠାରୁ ଭିନ୍ନ । ଏକଦା ଦାରପୁ ପରିବାର ଏହି ପଞ୍ଚାୟତ କୁ କବଜା କରି ଆସିଛନ୍ତି । ଗୋଟିଏ ପଟେ ନଣନ୍ଦ ଓ ଭାଉଜ ବର୍ତ୍ତମାନ ସମିତି ସଭ୍ୟା ପାଇଁ ପ୍ରତିଦ୍ୱନ୍ଦିତା କରିଛନ୍ତି । ଜଣେ ଦରାପୁ ଅର୍ଚ୍ଚନା ଓ ଅନ୍ୟ ଜଣେ ବାଲା ସାୟମ୍ମା । ଜଣେ ବିଜେପି ବିଧାୟକ ନାରାୟଣ ରାଓ ଙ୍କ ଦୃଢ଼ ସମର୍ଥକ ହୋଇଥିବା ବେଳେ ଆଉ ଜଣେ ବିଜେଡ଼ି ତଥା ସରକାରୀ ଦଳ ର ସମର୍ଥିତ ପ୍ରାର୍ଥୀ ଅଟନ୍ତି । ଗତ ନିର୍ବାଚନ ରେ କଂଗ୍ରେସ୍ ୧୪୦୦ ଭୋଟ ପାଇଥିଲା ।

କେ ସୀତା ପୁର ପଞ୍ଚାୟତ ରେ ୬୦୦୦ ରୁ ଭୋଟର ଅଛନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତି ରେ କଂଗ୍ରେସ୍ ର କିଛି ନାହିଁ । ବିଜେପି ର ମଧ୍ୟ ସୁବିଧା ଜନକ ସ୍ଥିତି ରେ ନାହିଁ । ବିଜେଡ଼ି କେ ସୀତା ପୁର ଗ୍ରାମ ଦେବ ଦଲା ସିଙ୍ଗାପୁର ମିନିଗମ ଇତ୍ୟାଦି ଗ୍ରାମ ରେ ଭଲ ସ୍ଥିତି ରେ ଅଛି । ଏଣୁ ଆଗାମୀ କିଛି ଦିନରେ ଚିତ୍ର ସ୍ପଷ୍ଟ ହେବ ।