ରାଜସ୍ବ ବିଭାଗ ତରଫରୁ ଉଚ୍ଛେଦ ନିମନ୍ତେ ମାଇକରେ ପ୍ରଚାର : ଜିଲ୍ଲାପାଳଙ୍କୁ ଭେଟିବେ ବିସ୍ଥାପିତ

0
246
ରାଜସ୍ବ ବିଭାଗ ତରଫରୁ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୪/୦୨) : ଗତ ଡିସେମ୍ବର ମାସରେ ହାଡୁଭାଙ୍ଗି ଛକରେ ଗଢି ଉଠି ଥିବା ଦୋକାନ ବଜାର ସରକାରୀ ଯାଗାରେ ବେପାରୀ ମାଡ଼ି ବସିଥିବା ଯୋଗୁ ରାଜସ୍ବ ବିଭାଗ ତରଫରୁ ଓ ପୂର୍ତ୍ତ ବିଭାଗ ଏହାକୁ ଉଚ୍ଛେଦ ପାଇଁ ଚେଷ୍ଟା କରିଥିଲେ ।

ପରେ ବେପାରୀ ମାନେ ଜିଲ୍ଲାପାଳ ଙ୍କୁ ଭେଟି ଥିଲେ କିଛିଦିନ ମହଲତ ମାଗିଥିଲେ ଯାହାକି ଚର୍ଚ୍ଚ ର ବିଷୟ ପାଲଟି ଥିଲା । ସେହି ସମୟ ରେ ଡ଼ା ତିରୁପତି ପାଣିଗ୍ରାହୀ ବେପାରୀ ମାନଙ୍କ ତରଫରୁ ଜିଲ୍ଲା ପ୍ରଶାସନ କୁ ମହଲତ ମାଗିଥିଲେ । ଇତି ମଧ୍ୟରେ ବେପାରୀ ମାନେ ହାଇକୋର୍ଟ ର ଆଶ୍ରୟ ନେଇଥିବା ଜଣ ଯାଇଛି । ଗତକାଲି ପୁଣି ରାଜସ୍ବ ବିଭାଗ ତରଫରୁ ଉଚ୍ଛେଦ ପ୍ରକ୍ରିୟା ପାଇଁ ସଜ୍ ବାଜ୍ ହେଉଥିବାରୁ ବେପାରୀ ମାନେ ଏହାର ପ୍ରତିବାଦ କରି ଗଜପତି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଛନ୍ତି ।

ପାରଳା ବିଧାୟକ ଶ୍ରୀ କେ ନାରାୟଣ ରାଓ ଗଣମାଧ୍ୟମ ଆଗରେ ଏହି ବିଷୟ ନେଇ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରିଛନ୍ତି । ସେ ମଧ୍ୟ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା କାରଣ ରୁ ସେମାନଙ୍କୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।