ଶ୍ରୀପଞ୍ଚମୀରେ ମାଁ ସରସ୍ୱତୀଙ୍କର ବାଲୁକା ମୂର୍ତ୍ତି ସ୍ଥାପନ କଲେ ହିନ୍ଦୀ ଶିକ୍ଷକ

0
226
ଶ୍ରୀପଞ୍ଚମୀରେ ମାଁ ସରସ୍ୱତୀଙ୍କର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୬/୦୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟସ୍ଥ ଜୟନ୍ତିଗିରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ତଥା ବାଲୁକା ଶିଳ୍ପୀ ପ୍ରଦ୍ୟୁମ୍ନ ବାରିକ ଆଜି ଶ୍ରୀପଞ୍ଚମୀରେ ମାଁ ସରସ୍ୱତୀଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରି ଅଞ୍ଚଳ ବାସୀଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।

ସେ ୨୦୧୨ ମସିହାରୁ ବାଲୁକା କଳା ପ୍ରଦର୍ଶନ କରି ଆସୁଛନ୍ତି, ବାଲେଶ୍ଵର ଠାରେ ବାଲୁକା କଳା ପ୍ରିୟ ପ୍ରତିଭା ସମ୍ମାନ ୨୦୧୨ ସହ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଦୀର୍ଘ ଦିନ ବ୍ୟବଧାନ ପରେ ଜୟନ୍ତିଗିରି ବିଦ୍ୟାଳୟ ର ସହକର୍ମୀ ଶିକ୍ଷକ ମାନଙ୍କ ପ୍ରୋତ୍ସାହନ ପାଇ ଶ୍ରୀପଞ୍ଚମୀରେ ମାଁ ସରସ୍ୱତୀଙ୍କର ଏହି ବାଲୁକା ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ବିଷୟ ଶ୍ରୀ ବାରିକ ପ୍ରକାଶ କରିଛନ୍ତି ତଥା ସୁଯୋଗ ମିଳିଲେ ବାଲୁକା ଶିଳ୍ପ କଳା ର ପ୍ରଚାର ଓ ପ୍ରସାର କରିବାର ଆଶା ବ୍ୟକ୍ତ କରିଛନ୍ତି ।