କୋରାପୁଟ ପୋଲିସ ପ୍ରଶାସନ ଦ୍ୱାରା ୪୦ ଏକର ଗଂଜେଇ ଚାଷ ନଷ୍ଟ ସହ ୨ ଚାଷୀ ଗିରଫ

0
291

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୦୨/୧୨) : କୋରାପୁଟ ପୋଲିସ ପ୍ରଶାସନ ୪୦ ଏକର ଗଞ୍ଜେଇ ଚାଷ ଏକ କୁଇଣ୍ଟାଲ ଗଞ୍ଜେଇ ମଞ୍ଜି ନଷ୍ଟ କରିବା ସହ ୨ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି । ଅପରେସନ ଗ୍ରୀନକ୍ଳିନରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚାଷୀଙ୍କୁ ଗିରଫ କରିବା ଆରମ୍ଭ କରିଛି ।a10576f3 d8bd 4332 b7ce c999e1b20c2f କୋରାପୁଟ ପୋଲିସ ପ୍ରଶାସନ ଦ୍ୱାରା ୪୦ ଏକର ଗଂଜେଇ ଚାଷ ନଷ୍ଟ ସହ ୨ ଚାଷୀ ଗିରଫ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ି ହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗ୍ରାମରେ ବିପୁଳ ପରିମାଣ ର ଗଞ୍ଜେଇ ଚାଷ ନଷ୍ଠ କରୁଛି କୋରାପୁଟ ପୋଲିସ ପ୍ରଶାସନ । ମାଛକୁଣ୍ଡ, କୋରାପୁଟ ପୋଲିସ, ଡିବିଏଫ, ଅବକାରୀ , ବିଭାଗ ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ତିତିରେ ପ୍ରାୟ୪୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି । ଏହାର ମୂଲ୍ୟ ୪୦ କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି । ଚାଷ କରୁଥିବା ଗଞ୍ଜେଇ ଚାଷୀ ସନିଆ ସୀସା, ଘଡୁଆ କ୍ରୀସାନିଙ୍କୁ ଗିରଫ କରଛି ପୋଲିସ ।da8d1d95 f3ac 4c6c aed2 bcb6009adf1d କୋରାପୁଟ ପୋଲିସ ପ୍ରଶାସନ ଦ୍ୱାରା ୪୦ ଏକର ଗଂଜେଇ ଚାଷ ନଷ୍ଟ ସହ ୨ ଚାଷୀ ଗିରଫ

ଆଜି ସନ୍ଧ୍ୟା ସୁଧା ୧୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ ରଖିଛି ପୋଲିସ । ନନ୍ଦପୁର ଏସ.ଡ଼ି.ପି ଓ. କହିଛନ୍ତି ଏନୁଙ୍ଗୁ ଗ୍ରାମରେ ବେଧଡକ ଭାବରେ ଗଞ୍ଜେଇ ଚାଷ ହୋଇଥିବା ପୂର୍ବରୁ ବ୍ଲୁପ୍ରୀନ୍ଟ ପ୍ରସ୍ତୁତ କରଯାଇଥିଲା । ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଥିଲୁ । ଆଜି ଦୁଇ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି । ଏବଂ ଜମି ଚିହ୍ନଟ କରି ମାଲିକାନା ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯିବ । ଏବଂ ପ୍ରଥମଥର ୧ କୁଇଣ୍ଟାଲ ଗଞ୍ଜେଇ ମଞ୍ଜି ନଷ୍ଠ କରାଯାଇଛି । ଏହି ଗଞ୍ଜେଇ ମଞ୍ଜିରୁ ତେଲ ବାହାର କରି ବାହାର ରାଜ୍ଯକୁ ଚାଲାଣ ପାଇଁ ରଖାଯାଇଥିଲା ।