ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ ଭରସୁଜା ଠାରେ କାର୍ଗିଲ ବିଜୟ ଦିବସ ପାଳିତ

0
243

ରିପୋର୍ଟ : ବିମଳେନ୍ଦୁ ସାହୁ //
ଭରସୁଜା,(୨୬/୦୭) : ଲୋଇସିଂହା ଥାନା ଭରସୁଜା କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି ।da0443c5 e5e7 40ce bbc3 b6e4f49b97de ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ ଭରସୁଜା ଠାରେ କାର୍ଗିଲ ବିଜୟ ଦିବସ ପାଳିତ

ମଦନ ମୋହନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଧନଞ୍ଜୟ ସାହୁ ଯୋଗଦେଇ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପର୍ଶୁରାମ ସରାଫଙ୍କ ନେତୃତ୍ୱରେ ଶହୀଦ ଯବାନଙ୍କ ସ୍ମୃତିରେ ଆୟୋଜିତ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।