ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କଲ୍ୟାଣସିଂହପୁର ବ୍ଲକରେ ବିଜେଡିର ମିଶ୍ରଣ ପର୍ବ

0
268

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୬/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ପାଳଖମନ ଗାଁର ଲୋକେ ମାନେ କଂଗ୍ରେସ ଛାଡି ବିଜେଡି ରେ ମିଶିଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କଲ୍ୟାଣସିଂହପୁର ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି |

ବ୍ଲକ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗ ଙ୍କ ନେତୃତ୍ୱରେ ସିଙ୍ଗାରି ପଞ୍ଚାୟତର ସମିତି ସଭ୍ୟ ଭୀମସେନ ବାଗଙ୍କ ଅବଦାନ ପାଳଖମନ ଗାଁର ୩୭ ପରିବାରର ମୋଟ ୨୫୦ ଭୋଟର କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗଦେଇଛନ୍ତି । ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ କରାଯାଉଛି । ଉକ୍ତ ଗାଁରେ ବିଜେଡି ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଏଥିରେ ବ୍ଲକ ର ବରିଷ୍ଠ ନେତା ଓକର୍ମୀ ମାନେ ଉପସ୍ଥିତ ରହିଥିଲେ ।