ବିଜେପି ଦଳ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ

0
402
ବିଜେପି ଦଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୭/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ କ ଜୋନ ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଦଳ ପକ୍ଷରୁ ବ୍ଲକରେ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି ।e3d2d6fc a40a 4471 aa18 7f24a941e987 ବିଜେପି ଦଳ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ

ଏ ଅବସରରେ ରାୟଗଡା ଜିଲ୍ଲା ବିଜେପି ଦଳ ପକ୍ଷରୁ ଜିଲ୍ଲା ସଂମ୍ପାଦକ କୃଷ୍ଣ ସାମଲଙ୍କ ଜୋନ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା ଓ ଯୁବ ମୋର୍ଚ୍ଚା ସଭାନେତ୍ରୀ ଡି ଯଜ୍ଞସେନି ଆଚାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ପାର୍ଥୀ ସିନ୍ଧୁ କୁଲୁସିକା ମଞ୍ଚାସିନ ରହିଥିଲେ ।

ମୁଖ୍ୟ ଅତିଥି ଡି ଯଜ୍ଞସେନି ଆଚାରୀ ଙ୍କ ଦ୍ଵାରା ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଚଳିତ ନିର୍ବାଚନରେ ଯେମିତି ବାଜିମାତ ମାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।