କୋଭିଡରୁ ସୁରକ୍ଷା ଓ ଟୀକାକରଣ ସଚେତନତା ନିମନ୍ତେ ଜିଲ୍ଲାରେ ବୁଲିଲା ସଚେତନ ରଥ

0
193
କୋଭିଡରୁ ସୁରକ୍ଷା

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୦୮/୦୨) : କୋଭିଡରୁ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ ର ମିଳିତ ସହଯୋଗରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଛି ।

ଜିଲ୍ଲା ର ବିଭିନ୍ନ ଗ୍ରାମରେ କୋଭିଡରୁ ସୁରକ୍ଷା ପାଇଁ ସଚେତନତା କରିବା ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥଟି ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ଗ୍ରାମରେ, ହାଟ ଓ ବଜାରରେ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ମାସ୍କ ବ୍ୟବହାର, ବାରମ୍ବାର ହାତ ଧୋଇବା, ଶାରୀରିକ ଦୂରତା ବଜାୟ ରଖିବା ଓ ଟୀକାକରଣ ଉପକାରିତାର ବାର୍ତ୍ତା ପ୍ରଚାର କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି ।

ବିଶେଷ କରି ୧୫ ବର୍ଷ ରୁ ୧୮ ବର୍ଷ ମଧ୍ୟରେ ସମସ୍ତ କିଶୋର କିଶୋରୀମାନେ କିପରି ଟୀକା କେନ୍ଦ୍ରକୁ ଆସି କୋଭିଡ ସୁରକ୍ଷା ପାଇଁ ଟୀକା ନେବା ସହିତ, କୋଭିଡ ନିୟମକୁ ମାନି ଚଳିବା, ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତାକୁ ବଜାଇ ରଖିବା, ଭିଡକୁ ନିରୂତ୍ସାହିତ ଏବଂ ନିଜ ସୁରକ୍ଷାକୁ ଉତ୍ସାହିତ କରିବା ଆଦି ବିଷୟରେ ଗ୍ରାମରେ ଅଙ୍ଗନବାଡି କର୍ମୀମାନେ କିଶୋର କିଶୋରୀ, ସ୍ଵୟଂ ସହାୟକ ଗୋଷ୍ଟିର ମହିଳା ଓ ଅନ୍ୟ ଗ୍ରାମବାସୀ ମାନଙ୍କୁ ସଚେତନ ରଥ ଦ୍ଵାରା ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇ ଥିବା ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ସୂଚନା ପ୍ରଦାନ କରିଥିଲେ ।

ଜିଲ୍ଲା କାର୍ଯ୍ୟ।ଳୟ ର ହୋଇଥିବା ଏହି ସଚେତନତା ରଥ ର ଉଦଘାଟନୀ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସମନ୍ଵିତ ଶିଶୁ ବିକାଶ ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ, ରାୟଗଡା ବାଲ୍ୟ ବିବାହ ନିଷେଧ ଅଧିକାରୀ ଶ୍ରୀମତୀ ମିନାକ୍ଷୀ ଦାସ, ସୁପରଭାଇଜର ସ୍ଵର୍ଣମୟୀ ଦାସଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମ୍ମୀ, ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ର କର୍ମ୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।