ରାୟଗଡା ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

0
173
ରାୟଗଡା ଜିଲ୍ଲା ସ୍ତରୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, ତା.(୨୫/୧) : ରାୟଗଡା ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ରାୟଗଡା ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାଚନ ଅଧିକାରୀ ନାରାୟଣ ମିଶ୍ରଙ୍କ ସମେତ ନୂତନ ଭୋଟର, ବିଏଲଓ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ଭାଗ ନେଇ ଭୋଟର ଭାବେ ଭୋଟ ଦେଇ ଗଣତନ୍ତ୍ର କୁ ସୁଦୃୃୃଢ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ସଂକଳ୍ପ ଶପଥ ପାଠ କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୮ ଜଣ ନୂତନ ଭୋଟରଙ୍କୁ ପରିଚୟ ପତ୍ର ଏବଂ ଜିଲ୍ଲା ର ଶ୍ରେଷ୍ଠ ବି.ଏଲ.ଓ. ଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀ ର ବିଷମକଟକ ବୁଥ ନମ୍ବର ୨୧୩ ଓ କଲ୍ୟାଣସିଂହପୁର ବ୍ଳକ ୧୮୬ ବୁଥ୍ ନମ୍ବର ବି.ଏଲ.ଓ. ସନ୍ତୋଷ କୁମାର ନିମାଲପୁରୀ ଓ ରହିତ ମାଣ୍ଡିକାଙ୍କ ସହ ରାୟଗଡା ନିର୍ବାଚନ ମଣ୍ଡଳୀ ର କାଶିପୁର ବ୍ଳକ ବୁଥ ନମ୍ବର ୩’ର ବିଏଲଓ ରାମାସିଙ୍ଗ ମାଝିଙ୍କ ସମେତ ରାୟଗଡା ନିର୍ବାଚନ ମଣ୍ଡଳୀ ର ଶ୍ରେଷ୍ଠ ବିଏଲଓ ଭାବେ କାଶିପୁର ବ୍ଳକ ବୁଥ ନମ୍ବର ୦୩, ୪୦ ଓ ୨୬୧ ର ବିଏଲଓ ରାମାସିଙ୍ଗ ମାଝି, ଗଣେଷ ବାଗ, ଜି.ଧର୍ମାରାଓ ୬ ଜଣଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।

ରାୟଗଡା ଜିଲ୍ଲାରେ ବର୍ତ୍ତମାନ ୬ ଲକ୍ଷ ୯୩ ହଜାର ୮୨୬ ଜଣ ଭୋଟରଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ୨୩,୧୦୫ ଜଣ ନୂଆ ଭୋଟରଙ୍କୁ ଯୋଡାଯାଇଛି ଏବଂ ୮୪୪୬ ଜଣଙ୍କୁ ବାଦ ଦିଆଯାଇଛି । ୯ ହଜାରରୁ ଉର୍ଦ୍ଧ୍ଵ ଯୁବ ବର୍ଗ ର ନୂତନ ଭୋଟର ରହିଥିବାରୁ ଗଣତନ୍ତ୍ରଙ୍କୁ ସୁଦୃଢ କରିବା ଦିଗରେ ସେମାନଙ୍କ ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଜିଲ୍ଳାପାଳ ଶ୍ରୀ ମିଶ୍ର ସଚେତନ କରାଇଥିଲେ ।

ପ୍ରକାଶ ଥାଉ କି, ଗତ ୨୦୨୧ ନଭେମ୍ବର ୧ତାରିଖ ସୁଦ୍ଧା ଜିଲ୍ଳାରେ ୬,୭୯,୧୬୭ ଜଣ ଭୋଟର ରହିଥିବା ବେଳେ ୨୦୨୨ ଜାନୁଆରୀ ୫ ତାରିଖ ସୁଦ୍ଧା ଆଉ ୧୪,୬୫୯ ଜଣ ନୂଆ ଭୋଟର ଯୋଡି ହୋଇଛନ୍ତି । ଆସନ୍ତୁ ଆମେ ଭୋଟର ହେବା ଏବଂ ଗଣତନ୍ତ୍ରଙ୍କୁ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ଚଳିତ ବର୍ଷ ର ବିଷୟବସ୍ତୁ “ଅନ୍ତର୍ଭୁକ୍ତ, ସୁଗମ ଓ ସହଭାଗୀ ନିର୍ବାଚନ” ପ୍ରକ୍ରିୟାରେ ଭାଗ ନେବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।