ଟୋକିଓ ଅଲିମ୍ପିକ୍ସରେ ମୀରାବାଇଙ୍କୁ ମିଳିପାରେ ସ୍ଵର୍ଣ୍ଣ ପଦକ : ଜିହୁଇ ହୁ ଙ୍କ ହେବ ଡୋପ ଟେଷ୍ଟ

0
187

ରିପୋର୍ଟ : ସୁଭାସିସ ନାୟକ 
ଟୋକିଓ,(୨୭/୦୭) : ଟୋକିଓ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତ କୁ ମିଲିଥିବା ଏକ ମାତ୍ର ରୌପ୍ୟ ପଦକ ଏବେ ସ୍ଵର୍ଣ୍ଣ ପଦକ ରେ ପରିଣତ ହୋଇପାରେ ।

ଟୋକିଓ ଅଲିମ୍ପିକ୍ସରେ ମହିଳା ୪୯ କେଜି ବର୍ଗ ଭାରୋତ୍ତୋଳନ ରେ ମୀରାବାଇ ଚାନୁ ୨୧୨ କେଜି ଭାର ଉଠାଇ ରୌପ୍ୟ ପଦକ ଜିତିଥିଲେ । ତାଙ୍କ ଠାରୁ ଅଧିକ ୮ କେଜି ଭାର ଉଠାଇ ଥିବା ଚାଇନାର ଜିହୁଇ ହୁ ହାତେଇଥିଲେ ସ୍ଵର୍ଣ୍ଣ ପଦକ ।

ଏବେ ଜିହୁଇ ହୁ ଙ୍କ ଡୋପ ଟେଷ୍ଟ କରାଯିବ । ହୋଙ୍କୁ ଅଲିମ୍ପିକ୍ସ ଭିଲେଜ ରେ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ତାଙ୍କର ଡୋପ ଟେଷ୍ଟ କରାଯିବ । ଏଥିରେ ବିଫଳ ହେଲେ ତାଙ୍କୁ ସ୍ଵର୍ଣ୍ଣ ପଦକ କୁ ହରାଇବାକୁ ପଡିବ । ଆଉ ଦ୍ଵିତୀୟ ସ୍ଥାନରେ ଥିବା ମୀରାବାଇ ଚାନୁ ଙ୍କ ରୌପ୍ୟ ପଦକ ସ୍ଵର୍ଣ୍ଣ ରେ ପରିଣତ ହେବ ।