ନିଖୋଜ ହେବା ର ୧୨ ଘଣ୍ଟା ପରେ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଉଦ୍ଧାର

0
154
ନିଖୋଜ ହେବା ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଅନଗୁଳ, (୧୦/ ୨) : ଅନଗୁଳ ଜିଲ୍ଲା ମାଛକୁଟା ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଉଦ୍ଧାର ହୋଇଛନ୍ତି । ନିଖୋଜ ହେବା ର ୧୨ ଘଣ୍ଟା ପରେ ଛେଣ୍ଡିପଦା ପୋଲିସ ମନୋଜ କୁ ଠାବ କରିଛି ।

ଏ ପରି ଘଟଣା ଟି ଘଟିଛି ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ମାଛକୁଟା ଗ୍ରାମ ପଞ୍ଚାୟତ ରେ । ନିଖୋଜ ହେବା ର ୧୨ ଘଣ୍ଟା ପରେ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ କୁ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସଙ୍ଗାପସି ଗ୍ରାମ ରୁ ଉଦ୍ଧାର କରିଛି ଛେଣ୍ଡିପଦା ପୋଲିସ । ମନୋଜ ର ମୋବାଇଲ ଫୋନ କୁ ଟ୍ରାକିଂ କରି ତାଙ୍କ ସଂପର୍କରେ ପୋଲିସ ସୂଚନା ପାଇଥିଲା । ମନୋଜ ସେଠୀ ଙ୍କୁ ତାଙ୍କ ଶ୍ୱଶୁର ଘର ନିକଟରୁ ଠାବ କରାଯାଇଛି । ତେବେ କେଉଁ କାରଣରୁ ସେ ସେଠାକୁ ଯାଇଥିଲେ ପୋଲିସ ତାହା ସ୍ପଷ୍ଟ କରିନାହିଁ ।