ବହୁପ୍ରତୀକ୍ଷ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଆପ୍ରୋଚ ରାସ୍ତାର ଜନଶୁଣାଣୀ

0
483

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୯/୦୯) : ବିଳମ୍ବ ରେ ହେଲେବି ଧାର୍ଯ୍ୟ ସମୟ ବାହାରେ ସଂପୂର୍ଣ ହୋଇଥିବା ବହୁପ୍ରତୀକ୍ଷ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ତିଆରି କାର୍ଯ୍ୟ ସଂପୂର୍ଣ ହୋଇଛି | ବହୁ ଘଟଣା ଦୁର୍ଘଟଣାରେ କାର୍ଯ୍ୟରତ ତିନିଜଣ ଶ୍ରମିକଙ୍କ ଏକ ମାସ ଭିତରେ ଅକାଳ ମୃତ୍ୟୁ ବି ଘଟିଥିଲା |

ଯାହାବି ହେଉ ଦୀର୍ଘ ୫.୭ କିଲୋମିଟର ଓଡିଶାର ସର୍ବ ଦୀର୍ଘତ୍ତମ ବହୁପ୍ରତୀକ୍ଷ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟ ଶେଷ ହୋଇଥିବାରୁ ବୌଦ୍ଧ ଓ ଅନଗୁଳ ଜିଲ୍ଲାବାସିଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳୁଛି | ସେତୁ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ସେତୁ ଠାରୁ ଏନଏଜ ୫୭ ପୁରୁଣାକଟକକୁ ସଂଯୋଗ କରିବାକୁ ଥିବା ଆପ୍ରୋଚ ରାସ୍ତା ତିଆରି କରିବାର ଜନଶୁଣାଣୀ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ତତ୍ଵାବଧାନରେ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁସିଙ୍ଗା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଦୀନ ୧୧.୩୦ ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ହରଭଙ୍ଗା BDO, ତହସିଲଦାର, ଉପ ଜିଲ୍ଲପାଳ, PD, ବହୁ ପଦସ୍ତ ଅଧିକାରୀ, ସ୍ଥାନୀୟ ସରପଞ୍ଚ ପ୍ରଣୟ ବାରିକ ଙ୍କ ସମେତ ଆୟୋଜକ “ସ୍ଵାତି “ଭୁବନେଶ୍ୱର ସାମିଲ ଥିଲେ |

ଏହି ରାସ୍ତା ପାଇଁବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ୧୩ଗୋଟି ଗ୍ରାମର ଜମି ଅଧିଗ୍ରହଣ ଥିବାରୁ ଆଜି ୬ ଗୋଟି ଗ୍ରାମର ଶତାଧିକ ଚାଷୀଙ୍କୁ ଏହାଉପରେ ଆଲୋଚନା କରାଯାଇଥିଲା | ତିଲେଶ୍ୱର ପଂଚାୟତର ଟଭାପଦାର, ଧଳପୁର ପଂଚାୟତର ଚନ୍ଦ୍ରଶେଖର ପୁର, ପଳସାକୁଟୁଣି, ସାକୁସିଙ୍ଗା, ପରମାନନ୍ଦ ପୁର ଓ ଖରସଙ୍କୁଲୋଇ ଗ୍ରାମଦେଇ ଏହି ରାସ୍ତା ଯାଉଥିବାରୁ ଉପସ୍ଥିତ ଲୋକଙ୍କ ସୁଚିନ୍ତିତ ମତାମତ ରାସ୍ତା ତିଆରି ହେଉ ବୋଲି ମତବ୍ୟକ୍ତ କରିଥିଲେ | ଜମି ଅଧିଗ୍ରହଣ କରାଯାଉଥିବା ଲୋକଙ୍କ ସୁଚିନ୍ତିତ ମତାମତକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ବହୁ ପ୍ରଶଂସା କରିଥିଲେ ଓ ଉଚିତ ମୂଲ୍ୟାଙ୍କନର ୨ ଗୁଣା ଅର୍ଥ ରାଶି ଦେଇ ଜମି ଅଧି ଗ୍ରହଣ କରାଯିବ ବୋଲି ମତ ରଖିଥିଲେ |

ଆଗକୁ ଏହି ସେତୁ ଦେଇ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଗମନା ଗମନ ହେବାକୁ ଥିବାରୁ ଧଳପୁର ଠାରୁ ପୁରୁଣାକଟକ ସମେତ ବୌଦ୍ଧ, ଅନାଗୁଳ ଜିଲ୍ଲା ଅର୍ଥନୈତିକ, ଗମନା ଗମନ, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ କ୍ଷେତ୍ରରେ ବହୁ ମାତ୍ରାରେ ବୃଦ୍ଧି ପାଇବ ବୋଲି ଦୁଇ ଜିଲ୍ଲା ବାସି ଓ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରୁଛି |