ଚେନ୍ନାଇ ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ : ରାତିରେ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

0
139
ଚେନ୍ନାଇ ବିଜେପି କାର୍ଯ୍ୟାଳୟ

ରିପୋର୍ଟ : ସୁଭାସିସ ନାୟକ
ଚେନ୍ନାଇ, (୧୦/୦୨) : ଚେନ୍ନାଇ ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ । ତାମିଲନାଡୁ ର ରାଜଧାନୀ ଚେନ୍ନାଇରେ ଥିବା ବିଜେପିର କାର୍ଯ୍ୟାଳୟ ଉପରେ ବୁଧବାର ବିଳମ୍ବିତ ରାତ୍ରରେ ବୋମାମାଡ ହୋଇଛି । ପ୍ରାୟ ୧ ଟା ବେଳେ କେହି ଦୁର୍ବୃତ୍ତ ପେଟ୍ରୋଲ ବମ୍ ମାଡ କରିଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ରାତି ୧ ଟାରେ କିଛି ଦୁର୍ବୃତ୍ତ ବାଇକରେ ଆସିଥିଲେ । ହଠାତ ସେମାନଙ୍କ ମଧ୍ୟରୁ ଜଣେ ଚେନ୍ନାଇ ବିଜେପି କାର୍ଯ୍ୟାଳୟ ଉପରେ ବୋମା ମାଡ କରିଥିଲା । ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି । ବୋମାମାଡ ଖବର ପାଇବା ପରେ ଶହ ଶହ କର୍ମୀ କାର୍ଯ୍ୟାଳୟ ପରିସରରେ ଏକତ୍ର ହୋଇଥିଲେ । ଏହାସହ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଦଳ ପକ୍ଷରୁ ଦୁର୍ବୃତ୍ତଙ୍କ ବିରୋଧରେ କଡ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।