ଏପ୍ରିଲ୍‌ରେ ବିବାହ କରିବେ ଚର୍ଚ୍ଚିତ ଯୋଡି ରଣବୀର-ଆଲିଆ

0
197
ଏପ୍ରିଲ୍‌ରେ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୦/୦୨) : ବଲିଉଡ୍‌ରେ ଧିରେ ଧିରେ ସମସ୍ତଙ୍କର ବିବାହ ହେବାରେ ଲାଗିଛି । ଜଣେ ପରେ ଜଣଙ୍କର ଶାହାନାଇ ବାଜୁଛି । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ସୁପରଷ୍ଟାର ରଣବୀର ଓ ଆଲିଆ ମଧ୍ୟ ଏପ୍ରିଲ୍‌ରେ ବିବାହ ବନ୍ଧନରେ ବାନ୍ଧି ହେବେ । ଅନେକ ଦିନ ହେବ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି ।

ଏଭଳି ସ୍ଥିତିରେ ଦୁହେଁ ଡିସେମ୍ବର ୨୦୨୧ ରେ ବିବହ କରିବେ ବୋଲି ଖବର ଆସିଥିଲା । ଆସନ୍ତା ଏପ୍ରିଲ୍‌ରେ ପଡିବ ଚର୍ଚ୍ଚିତ ଯୋଡିଙ୍କର ହାତଗଣ୍ଠି । ତେବେ ମିଡିଆ ରିପୋର୍ଟ ଅନୁ୍ଯାୟୀ ଏବେ ରଣବୀର ଏବଂ ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି । କୁହାଯାଉଛି ଯେ ଏହି ଷ୍ଟାର ଦମ୍ପତ୍ତି ରାଜସ୍ଥାନ ର ରନ୍ଥାମ୍ଭୋରରେ ସାତ ଫେରା ନେବେ । ଏ ନେଇ ଉଭୟଙ୍କ ପରିବାର ମଧ୍ୟରେ ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ଉଭୟ ରଣବୀର ଏବଂ ଆଲିଆଙ୍କ ଏହା ସବୁଠାରୁ ପ୍ରିୟ ସ୍ଥାନ । ଏ ପର୍ଯ୍ୟନ୍ତ ବିବାହକୁ ନେଇ ରଣବୀର ଓ ଆଲିଆଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରି ନାହାନ୍ତି ।

ଏ ନେଇ ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କୁ ନେଇ ଖୋଲି କରି କହିଥିଲେ କି ସେ ନିଜ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ଯଦି କରୋନା ମହାମାରୀ ନ ଥାନ୍ତା ତେବେ ସେ ଦୁହିଁଙ୍କ ବିବାହ ବର୍ତ୍ତମାନ ସରି ଯାଆନ୍ତାଣି ବୋଲି ରଣବୀର କହିଥିଲେ ।