ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ : ଆଇଏଲ୍‌ଏସ୍‌

0
141
ଓଡ଼ିଶାରେ ୯୮ ପ୍ରତିଶତ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୧/୦୨) : ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍‌ ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ।

ଜାନୁୟାରୀ ୨୭ ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଅଛନ୍ତି, ସେଥି ମଧ୍ୟରୁ ୬ଟି ନମୂନାରେ ଡେ଼ଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ବଳକା ୨୩୫ ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ସେହିପରି, ଗଞ୍ଜାମ ଜିଲ୍ଲାରେ ୪୭ ଟି ନମୂନା ରୁ ୪୭ ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଏଇଠି ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ତା’ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ମୋଟ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛନ୍ତି । ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେ଼ଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା ।

ଅନ୍ୟପକ୍ଷେ, କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି ।