ଫେରିବ ଶୀତ : ୫ ଡିଗ୍ରୀ କମିବ ରାତି ତାପମାତ୍ରା

0
154
ଫେରିବ ଶୀତ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୨/୦୨) : ପୁଣି ଫେରିବ ଶୀତ ! ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ ।

ଫେରିବ ଶୀତ ! ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୧୨.୪, ଜି.ଉଦୟଗିରିରେ ୧୩.୫, ନୂଆପଡ଼ାରେ ୧୪.୨ ଓ କିରେଇରେ ରାତି ତାପମାତ୍ରା ୧୪.୫କୁ ଖସିଥିଲା । ରାଜ୍ୟ ର କିଛି ସ୍ଥାନରେ ଶୁକ୍ରବାର ପାଗ ମେଘୁଆ ଥିଲା । ଶୁକ୍ରବାର ରାଜ୍ୟ ର ହାତ ଗଣତି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି ।