ନର୍ଲା ଫରେଷ୍ଟ ରେଞ୍ଜ ରେ ଆଉ ଏକ ହାତୀ ର ମୃତଦେହ ଠାବ

0
142
ନର୍ଲା ଫରେଷ୍ଟ ରେଞ୍ଜ

ରିପୋର୍ଟ : ଦେବଦତ୍ତ ରଥ
ଭବାନୀପାଟଣା, (୧୨/୦୨) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ନର୍ଲା ଫରେଷ୍ଟ ରେଞ୍ଜ ବାଗପୁର ଗାଁ ନିକଟରେ ଆଉ ଏକ ହାତୀ ର ମୃତଦେହ ଠାବ ହୋଇଛି ।

ଭବାନୀପାଟଣା ଅନ୍ତର୍ଗତ ନର୍ଲା ଫରେଷ୍ଟ ରେଞ୍ଜ ବାଗପୁର ଗାଁ ନିକଟ ବିଲରେ ପଡ଼ିଛି ହାତୀ ର ମୃତଦେହ । ହାତୀ ର ଶରୀରରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ହାତୀ ର ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିଲା ବେଳେ ଗତ ୯ ତାରିଖରେ ମଧ୍ୟ ଏକ ହାତୀ ର ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ । ବନ ବିଭାଗ ପକ୍ଷରୁ ମୃତ ହାତୀ ଟିର ମୃତଦେହ ବ୍ୟବଚ୍ଛେଦ ପାଇଁ ପାଠ ଯାଇଛି । ଶବ ବ୍ୟବଚ୍ଛେଦ ପରେ ହାତୀ ଟିର ମୃତ୍ୟୁ ର ପ୍ରକୃତ କାରଣ ସମ୍ପର୍କ ରେ ଜଣା ପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।