ବିଭିନ୍ନ ଅଭିଯୋଗ ନେଇ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

0
140
ବିଭିନ୍ନ ଅଭିଯୋଗ ନେଇ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୨) : ବିଭିନ୍ନ ଅଭିଯୋଗ ନେଇ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି କାରଣ ଏନଜିଓ (ବେସରକାରୀ ସଂସ୍ଥା) ମାନେ ପକ୍ଷଭୁକ୍ତ ହୋଇ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ।

ବିଜେପି ର ବିଭିନ୍ନ ଅଭିଯୋଗ ଅନୁଯାୟୀ ଶାସନ କ୍ଷମତା ର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ନିୟୋଜିତ କରୁଥିବା ଶାସକ ବିଜୁ ଜନତା ଦଳ ବର୍ତ୍ତମାନ ବିଭିନ୍ନ ଏଜିଓ ଜରିଆରେ ଭୋଟର ମାନଙ୍କୁ ପ୍ରଭାବିତ କରୁଛି । ସେହିପରି ନିର୍ବାଚନ ସମୟରେ କୈାଣସି ପ୍ରକାରର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯିବା ଉପରେ ରୋକ ଥିବା ସତ୍ୱେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା ସଂପୂର୍ଣ୍ଣ ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧି ର ଖୋଲାଖୋଲି ଉଲ୍ଲଂଘନ ।

ଏହା ପରେ ମଧ୍ୟ ଶାସକ ବିଜେଡି ର ବିଧାୟକ ଏବଂ ତାଙ୍କ ସଂପର୍କୀୟମାନେ ଭୋଟର ମାନଙ୍କୁ ଅର୍ଥ ଲୋଭ ଦେଇ ପ୍ରଭାବିତ କରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି କୁଠାରଘାତ । କ୍ଷମତାକୁ ଜାବୁଡି ଧରିବା ପାଇଁ ଏଭଳି ଆଇନ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରି ଭୋଟର ମାନଙ୍କୁ ପ୍ରବଂଚନା କରିବା ଶାସକ ବିଜେଡି ର ଅଭ୍ୟାସ ।

ରାଜ୍ୟ ନିର୍ବାଚନ କମିଶନ ଶାସକ ବିଜେଡି ର ଏଭଳି ଆଇନ ବିରୋଧୀ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ ଉପରେ ରୋକ ଲଗାଇବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟି ତରଫରୁ ଦାବୀ କରାଯାଇଛି ।

ଜଗନ୍ନାଥ ରାଜୁଙ୍କ ଦ୍ୱାରା ପରିଚାଳିତ ଝଡଡଝ ନାମକ ବେସରକାରୀ ସଂସ୍ଥା ଏବଂ ପୃଥ୍ୱିରାଜ ଖିଲାରଙ୍କ ଦ୍ୱାରା ପରିଚାଳିତ ଝଞଋଚ ନାମକ ବେସରକାରୀ ସଂସ୍ଥା ଗଜପତି ଜିଲ୍ଲା ବ୍ୟାପୀ ଶାସକ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛି । ଜିଲ୍ଲା ର ଗ୍ରାମାଞ୍ଚଳରେ ଏସଏଚଜି ଜରିଆରେ ୨୦ରୁ ୫୦ ହଜାର ଟଙ୍କା ବଣ୍ଟନ କରି ଭୋଟର ମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରଭାବିତ କରୁଛନ୍ତି ।