ଦେଶ ର ସବୁଠୁ ବଡ ବ୍ୟାଙ୍କ ଠକେଇ : ୨୮ ବ୍ୟାଙ୍କରୁ ନେଇଛନ୍ତି ୨୨,୮୪୨ କୋଟି ର ଋଣ

0
134
ଦେଶ ର ସବୁଠୁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୨) : ପୁଣି ଏକ ବଡ ଧରଣ ର ବ୍ୟାଙ୍କ୍ ଠକେଇ ସାମ୍ନାକୁ ଆସିଛି । ଦେଶ ର ସବୁଠୁ ବଡ ବ୍ୟାଙ୍କ ଠକେଇ ହୋଇଛି । ଦେଶ ର ୨୮ ଟି ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥା ଏହି ଠକେଇ ର ଶିକାର ହୋଇଛନ୍ତି ।

ଗୁଜୁରାଟ ର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ ଲିମିଟେଡ୍ ଏହି ଠକେଇ କରିଛି । ଏହା ଦେଶ ର ସବୁଠୁ ବଡ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି । କମ୍ପାନୀ ମୋଟ ୨୨ ହଜାର ୮୪୨ କୋଟି ଟଙ୍କା ଠକେଇ କରିଥିବା ନେଇ ସୂଚନା ମିଳିଛି ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୯ ଶହ ୨୫ କୋଟି ଟଙ୍କା ର ଠକେଇର ଶିକାର ହୋଇଥିବା ବେଳେ ଆଇସିଆଇସିଆଇ ୭ ହଜାର ୬ ଶହ ୮୯ କୋଟି, ଆଇଡିବିଆଇ ବ୍ୟାଙ୍କ ୩୬ ଶହ ୩୪ କୋଟି, ବ୍ୟାଙ୍କ ଅଫ୍ ବରୋଦା ୧୬ ଶହ ୧୪ କୋଟି, ପିଏନବି ୧୨ ଶହ ୪୪ କୋଟି ଏବଂ ଇଣ୍ଡିଆନ ଓଭରସିକ୍ ବ୍ୟାଙ୍କ ୧୨ ଶହ ୨୮ କୋଟି ଟଙ୍କା ଠକେଇ ର ଶିକାର ହୋଇଥିବା ନେଇ ସୂଚନା ମିଳିଛି ।

ଏ ନେଇ କମ୍ପାନୀ ର ନିର୍ଦ୍ଦେଶକ ମାନଙ୍କ ନାଁ ରେ ସିବିଆଇ ଏହି ମାମଲା ରୁଜୁ କରିଛି । କମ୍ପାନୀ ର ବର୍ତ୍ତମାନ ର ସିଏମସି ଋଷି କମଲେଶ ଅଗ୍ରୱାଲ, କମ୍ପାନୀ ର ସିଇଓ ସନ୍ଥନମ ମୁଥସ୍ୱାମୀ, ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ଶୁଶିଲ କୁମାର ଅଗ୍ରୱାଲ ଏବଂ ରବି ବିମଲ ନେଭେଟିଆଙ୍କ ବିରୋଧ ରେ ସିବିଆଇ ମାମଲା ରୁଜୁ କରିଛି । ଏହା ପୂର୍ବରୁ ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ମେହୁ ଚୋକସି ୧୪ ହଜାର କୋଟି ଟଙ୍କା ର ବ୍ୟାଙ୍କ ଠକେଇ କରିଥିଲେ ।