ହାଡୁଭାଙ୍ଗି ଗ୍ରାମବାସୀ ତିରୁପତି ଦ୍ବୟଙ୍କ ପହଣ୍ଡି କରି ନେଲେ

0
301
ହାଡୁଭାଙ୍ଗି

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୪/୦୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ଆସନ୍ତା ପଞ୍ଚାୟତ ନିର୍ବାଚନ ୨୨ରେ ଅନୁଷ୍ଟିତ ହେବ । ହାଡୁଭାଙ୍ଗି ଗ୍ରାମବାସୀ ତିରୁପତି ଦ୍ବୟଙ୍କ ପହଣ୍ଡି କରି ନେଲେ ।e2bb04f5 9861 4170 afd0 bc3476e6067a ହାଡୁଭାଙ୍ଗି ଗ୍ରାମବାସୀ ତିରୁପତି ଦ୍ବୟଙ୍କ ପହଣ୍ଡି କରି ନେଲେ

ଗତ ଶୁକ୍ରବାର ଦିନ ହାଡୁଭାଙ୍ଗି ଛକ ରେ ପ୍ରଚାର ଗାଡ଼ି ପହଞ୍ଚିବା ମାତ୍ରେ ଏହି ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ଜୋନ୍ ୨ ବିଜେଡ଼ି ପ୍ରାର୍ଥୀ ଗାବରା ତିରୁପତି ରାଓ ଙ୍କୁ ପାଛୋଟି ନେବା ଶହ ଲୁଗା ତଳେ ପକାଇ ପହଣ୍ଡି କରି ନେଇଥିବା ବେଳେ ପ୍ରତ୍ୟେକ ଘର୍ ଲୋକ ଫୁଲ ଉଡ଼ାଇ ସେମାନଙ୍କୁ ସ୍ଵାଗତ କରିଥିଲେ । ଏକଦା ବ୍ଲକ ରେ କଂଗ୍ରେସ୍ ଆସିଥିବା ବେଳେ ଏହି ପଞ୍ଚାୟତ କଂଗ୍ରେସ୍ ବିରୋଧୀ ସରପଞ୍ଚ ସମିତି ସଭ୍ୟ ଆସିଥିଲେ ।

ବିଧାୟକ ଶ୍ରୀ କେ ନାରାୟଣ ରାଓ ଗତ ବିଧାନ ସଭା ନିର୍ବାଚନ ରେ ବିଜେଡ଼ି ଟିକେଟ ନ ମିଳିଥିବା ରୁ ସେ ଓ ତାଙ୍କ ସମର୍ଥକ ମାନେ ବିଜେପି କୁ ଚାଲିଯିବା ପରେ ସେ ବିଜେଡ଼ି ସଂଗଠନ ଭାଙ୍ଗି ଥିଲା । କଂଗ୍ରେସ୍ ରୁ ବାହାରି ସଦ୍ୟ ସଦସ୍ୟତା ଗ୍ରହଣ କରିଥିବା ବହୁ ବ୍ୟକ୍ତି ବିଜେଡ଼ି ସଂଗଠନ କୁ ଖୁବ୍ ଅଳ୍ପ ଦିନ ରେ ସଜାଡି ଧାସି ପଶି ବିଭିନ୍ନ ପଞ୍ଚାୟତରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଦେଇ ପ୍ରଚାର ଓ ଲୋକ ସମ୍ପର୍କ କରି ବହୁ ବିଜେପି ନେତା ଓ କର୍ମୀଙ୍କୁ ମିଶ୍ରଣ କରିପାରିଛନ୍ତି ।