ସରସରା ଗ୍ରାମ ଠାରେ ପୁଣି ୨ ବାଲ୍ୟ ବିବାହ ବନ୍ଦ

0
131
ସରସରା ଗ୍ରାମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୦୨) : କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ମିଳିତ ସହଯୋଗ ରେ ୨ ଟି ବାଲ୍ୟ ବିବାହ ବନ୍ଦ କରାଯାଇଛି l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମ ଠାରେ ଗୋଟିଏ ପରିବାର ର ଦୁଇଟି ନାବାଳିକା କନ୍ୟା ର ବାଲ୍ୟ ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ବନ୍ଦ କରାଯାଇଛି l

ସୂଚନା ଅନୁସାରେ ସରସରା ଗ୍ରାମ ର ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷ ବୟସ ର ଦୁଇ ନାବାଳିକା କନ୍ୟା ର ବିବାହ ନିମନ୍ତେ ନିର୍ବନ୍ଧ ଘର କରି ବନ୍ଧୁ ପରିଜନ ଙ୍କ ସହିତ ଭୋଜି ଭାତ ର ଆୟୋଜନ କରୁଥିବା ବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଓ ପୁରୁଣା କଟକ ଆବାସିକ ବିଦ୍ୟାଳୟ ର ହଷ୍ଟେଲ ପରିଚାଳିକା ଶ୍ରୀମତୀ ଆରତୀ ହୋତା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ ଙ୍କ ସହିତ ଯୋଗାଯୋଗ କରିବା ପରେ ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଓ ସେକ୍ଟର ସୁପର ଭାଇଜର ବାସନ୍ତୀ ମହାକୁଡ଼ ଓ ଶିକ୍ଷା ବିଭାଗ ଦ୍ୱାରା ଘଟଣା ସ୍ଥଳରେ ପହଞ୍ଚି ପରିବାର ସହିତ ଆଲୋଚନା କରି ନିର୍ବନ୍ଧ ଉତ୍ସବ ବନ୍ଦ କରି ନାବାଳିକା କନ୍ୟା ଦୁଇ ଜଣଙ୍କୁ ସୁପରଭାଇଜର ଙ୍କ ଦ୍ୱାରା ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ l

ଯୋଜନା ସଂଯୋଜକ ଦେବାଶିଷ ଦେହୁରୀ ଓ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ ସାହୁ ଙ୍କ ଉଦ୍ୟମ ବେଶ ପ୍ରଶଂସୀୟ ଅଟେ l ଉକ୍ତ ପରିବାର ର ୪ ଟି ଶିଶୁ ଆଶୀର୍ବାଦ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଗତ ଜାନୁଆରୀ ମାସରୁ ପ୍ରତ୍ୟେକ ୧୫୦୦/- ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି l ପରିବାର ର ନିଜସ୍ୱ ଇନ୍ଦିରା ଆବାସ ଘର ଥିବା ବେଳେ ଏ ପର୍ଯ୍ୟନ୍ତ ସେ ବିଧବା ଭତ୍ତା ପାଇ ପାରି ନାହାନ୍ତି l ସୂଚନା ରୁ ପ୍ରକାଶ ଯେ ନିର୍ବନ୍ଧ ସରିବା ପରେ ନାବାଳିକା ଦୁଇ ଜଣଙ୍କୁ ବିବାହ ପାଇଁ ଅନ୍ୟତ୍ର ପଠାଇ ଦିଆ ଯିବାର ଯୋଜନା ଚାଲିଥିଲା l