ବିଧାୟକ ଙ୍କ କାଶୀନଗର ବ୍ଲକ ରେ ମାରାଥନ ପ୍ରଚାର

0
164
ବିଧାୟକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୨) : ପାରଳା ବିଧାୟକ କେ. ନାରାୟଣ ରାଓ ଗତ ସୋମବାର ଦିନ କାଶୀନଗର ବ୍ଲକ ରେ ମାରାଥନ ପ୍ରଚାର କରିଥିବା ଜଣାଯାଏ ।

କାଶୀନଗର ବ୍ଲକ ଟି ଦୁଇଟି ଜୋନ୍ ରେ ବିଭକ୍ତ । ଜୋନ୍ ୧ ରେ ୫ ଟି ପଞ୍ଚାୟତ ରହିଛି । ଏହି ୫ ଟି ପଞ୍ଚାୟତ ରେ ଗୋଟିଏ ଦିନ ରେ ସେ ସମସ୍ତ ଅଞ୍ଚଳ କୁ ଯାଇ ନିଜେ ହିଁ ଷ୍ଟାର ପ୍ରଚାରକ ଭାବେ ପ୍ରଚାର ସାରିଛନ୍ତି । ପାରଳା ବିଧାୟକ କେ. ନାରାୟଣ ରାଓ କହିଛନ୍ତି ଯେ ଶାସକ ଦଳ ସ୍ଥାନୀୟ ନେତା ମାନେ ଗୁଣ୍ଡାଗିରି କରି ଭୋଟର ଙ୍କୁ ଓ ବିଜେପି ଲୋକ ଙ୍କୁ ଭୟଭୀତ କରୁଛନ୍ତି । ସେମାନଙ୍କୁ ଚିନ୍ହି ଭୋଟ ଦିଅନ୍ତୁ ନାହିଁ ବୋଲି କହିଥିଲେ । ସେମାନେ ଆସିଲେ ଗୁଣ୍ଡାଗର୍ଦୀ ବଢିବ ବୋଲି କହିଛନ୍ତି । ତାଙ୍କ ସହ ଜୋନ୍ ୧ ପ୍ରାର୍ଥୀନୀ ଏ. ସୈଳଯା ମଧ୍ୟ ପ୍ରଚାର କରିଛନ୍ତି ।