ଆଜିଠୁ ଖୋଲିବ ପ୍ରଥମ ରୁ ସପ୍ତମ ଶ୍ରେଣୀ : ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା

0
146
ଆଜିଠୁ ଖୋଲିବ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୮/୦୨) : ଆଜିଠୁ ଖୋଲିବ ପ୍ରାଥମିକ ସ୍କୁଲ । ଦୁଇ ବର୍ଷ ପରେ କୁନି କୁନି ପିଲା ସ୍କୁଲ ଯାଉଥିବାରୁ ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି ।

ଆଜିଠୁ ଖୋଲିବ ପ୍ରଥମ ରୁ ସପ୍ତମ ଶ୍ରେଣୀ ହେଲେ ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା (ସୋସିଓ ଇମୋସନାଲ୍‍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ନିଯୋଜିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ । ଯାହା ଫଳରେ ପିଲାମାନେ ପଛେଇ ଯିବେ ନାହିଁ । ମାର୍ଚ୍ଚ ୯ ରୁ ତିନି ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ଭରଣା କରିବାକୁ ସ୍କୁଲ ଏଭଳି ପ୍ରୟାସ କରିବ ।