କାଶୀନଗର ବ୍ଲକରେ କିଏ ହେବ ଅଧ୍ୟକ୍ଷ ?

0
231
କାଶୀନଗର ବ୍ଲକରେ କିଏ

ରିପୋର୍ଟ : ପ୍ରଣତି ସାବତ //
ଗଜପତି, (୦୧/୦୩) : କାଶୀନଗର ବ୍ଲକରେ କିଏ ହେବ ଅଧ୍ୟକ୍ଷ ? କାଶୀନଗର ବ୍ଲକରେ ନିର୍ବାଚନ ର ମହାଲ ବଡ଼ ସରଗରମ ଥିଲା । ଏବେ ନିରବ ଝଡ ପାଲଟିଛି । ନିର୍ବାଚନ ରେ ଏଥର ପ୍ରଚାର ପାଇଁ ଢେର ସମୟ ଦିଆ ଯାଇଥିଲା । କାଶୀନଗର ଜୋନ୍ ୧ ରେ ୫ ଟି ପଞ୍ଚାୟତ ମଧ୍ୟରୁ ଖାନ୍ଦବା ପଞ୍ଚାୟତ ରେ ସରପଞ୍ଚ ଥିବା ଜଗନ୍ନାଥ ଦୋରା ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଲେ ।

ସେହିଭଳି ସତୀଶ ରାକମ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗ ଦେଲେ । କିଛି ଦିନ ପରେ ଗଣିତ ଓଲଟ ପାଲଟ ହୋଇଗଲା । ସତୀଶ ପୁଣି ଘର୍ ବାହୁଡା଼ ହୋଇଥିଲା । କାଶୀନଗର ବ୍ଲକରେ କିଏ ହେବ ଅଧ୍ୟକ୍ଷ ? ଏଥର ନିର୍ବାଚନ ରେ ସାରା ବଡିଗମ ଖାଣ୍ଡବା ପୁରୋଟି ଗୁଡା ରେ କେବେ ରାଜନୀତି ପ୍ରଚ୍ଛଦ ପଟ କୁ ଆସିନଥିବା ରତ୍ନାଲା ପାପା ରାଓ ନିଜେ ସିଧା ସିଧା ପ୍ରଚାର ମଇଦାନ କୁ ଓହ୍ଲାଇଥିଲେ । ଏଣୁ ସେଠାରେ ବିଜେପି କୁ ସମ୍ଭାଳିବା ପାଇଁ କିଛି ହାତ ଗଣତି ନେତା ରହିଗଲେ ଯାହା ଫଳରେ ବିଜେଡ଼ି ସରପଞ୍ଚ ସମିତି ସଭ୍ୟ ହାତେଇ ପାରିଲା ।

ଆଲାଡ଼ା ପଞ୍ଚାୟତ ଟି ଆଦିବାସୀ ବହୁଳ ପଞ୍ଚାୟତ ସେଠାରେ ପୂର୍ବରୁ କଂଗ୍ରେସ୍ ପାଇଁ କାମ କରୁଥିବା ସବୁ କର୍ମୀ ବିଜେଡ଼ିକୁ ସମର୍ଥନ କଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ଶବର ନିଜ ଜିଦ୍ ରେ ଅଟଳ ରହିଥିଲେ ଓ ସେ କଂଗ୍ରେସ୍ ପାଇଁ କାମ କରୁଥିବା ବେଳେ ବିଜେଡ଼ି ର ମାଧବ ଶବର ବିଜେଡ଼ି ପାଇଁ କାମ କଲେ ।

ଏଣୁ ସେଠାରେ ବିଜେଡ଼ି ବାଜିମାତ କଲା ଏହି ପଞ୍ଚାୟତ ଟି ଖ୍ରୀଷ୍ଟିଆନ ବହୁଳ ଅଞ୍ଚଳ ଅଟେ । ସେହିଭଳି ଶିଆଳି ରେ ତ୍ରି ମୁଖି ପ୍ରତି ଦ୍ୱାଣ୍ଡିତା ହେବାରୁ ପଞ୍ଚାୟତ ଭୋଟ ୩ ଜଣ ଭାଗ ରେ ବାନ୍ତି ହୋଇଗଲା । ପୂର୍ବତନ ସରପଞ୍ଚ କଂଗ୍ରେସ୍ ନେତା ରାମ୍ ପ୍ରସାଦ ପଟ୍ଟନାୟକ ସରପଞ୍ଚ ହୋଇଗଲେ ।ଗୋରିନନ୍ଧା ପଞ୍ଚାୟତ ବିଜେଡ଼ି ଭାଗ ରେ ପଡ଼ିଲା ମୁଖ୍ୟ ପ୍ରଚାର ଓ ସଂଗଠନ ନେଉ ଥିବା ଜି ତିରୁପତି ଜୋନ୍ ୨ ରେ ବିଜେଡ଼ି ପ୍ରାର୍ଥୀ ଭାବେ ଠିଆ ହେଲେ, ହେଲେ ପୁରୁଣା ସଂଗଠନ ଥିବାରୁ ସେଠାରେ ମଧ୍ୟ ବିଜେଡ଼ି ବାଜି ମତ କଳା।ବୁଦୂର୍। ପଞ୍ଚାୟତ ରେ ଲୋକେ ଯୁବ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଏଣୁ ବର୍ତ୍ତମାନ ଏହି ବ୍ଲକ ର ଅଧ୍ୟକ୍ଷ ପଦ ମହିଳା ଙ୍କ ପାଇଁ ସଂରକ୍ଷିତ ହୋଇଛି । ଏଣୁ ଦଳ କାହାକୁ ଆସ୍ଥା ପ୍ରକଟ କରିବ ଦେଖିବାକୁ ବାକି ରହିଲା ।